ଆଇଏଏସ ସ୍ତରରେ ଅଦଳବଦଳ, ୧୧ IASଙ୍କୁ ମିଳିଲା ଏହି ଦାୟିତ୍ଵ

Published By : Prameya-News7 Bureau | November 23, 2024 IST

ଭୁବନେଶ୍ଵର: ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ୧୧ ଜଣ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।  ଶନିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ  ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ଦିଆଯାଇଛି। ୨୦୦୮ ବ୍ୟାଚ୍‌ର ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ସିଟି ଜିଏସ୍‌ଟି କମିଶନର ଭାବେ ନିଯୁକ୍ତ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ୨୦୧୦ ବ୍ୟାଚ୍‌ର ଆଇଏଏସ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଓଏମସିର ପରିଚାଳକ ନିର୍ଦ୍ଦେଦଶକ ଭାବେ ଅବସ୍ଥାପିତ କରାଯାଇଛି। ୨୦୧୧ ବ୍ୟାଚ୍‌ର ଆଇଏଏସ  ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଦାୟିତ୍ଵ ଦିଆଯାଇଛି। ସେହିପରି ୨୦୧୨ ବ୍ୟାଚ୍‌ର ଆଇଏଏସ  ଖାଦ୍ୟ ସୁରକ୍ଷା କମିଶରନ ଭାବେ କାର୍ଯ୍ୟରତ ପୋମା  ଟୁଡୁଙ୍କୁ ଏସଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ରାଜସ୍ଵ  ବିପର୍ଯ୍ୟୟ ପରିଚାଳନା ବିଭାଗରେ ସଚିବ ଥିବା ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। 

କ୍ରୀଡ଼ା ନିର୍ଦ୍ଦେଶକ ଥିବା ସିଦ୍ଧାର୍ଥ ଦାସଙ୍କୁ ସମବାୟ ସଂସ୍ଥାର ରେଜିଷ୍ଟ୍ରାର ପଦରେ ନିଯୁକ୍ତ କରାଯାଇଛି। ବିଜୟ  କୁମାର ପୃଷ୍ଟିଙ୍କୁ ସାଧାରଣ ପ୍ରଶାସନର ଅତିରିକ୍ତ ସଚିବ ପଦରେ ଅବସ୍ଥାପିତ କରାଯାଇଛି।  ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବନ ଜୀବିକାର ମିଶନର ନିର୍ଦ୍ଦେଶିକା ଦାୟିତ୍ଵ ଦିଆଯାଇଛି। ଆଇଏଏସ ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। 

ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର ଦାୟିତ୍ଵ। ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସତ୍ୟବ୍ରତ ରାଉତ।  ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସ୍ମିତା ରାଉତ ଏବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଅଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.