WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

RBI କଡ଼ା କାର୍ଯ୍ୟାନୁଷ୍ଠାନ, SBI ଉପରେ ଲଗାଇଲା ୧.୩ କୋଟିର ଜରିମାନା

25/09/2023 at 11:21 PM

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନିୟମ ପାଳନରେ କୋହଳକୁ ନେଇ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ SBI ଉପ​‌ରେ ୧.୩ କୋଟି ଟଙ୍କାର ଜରିମାନା ଲଗାଇଛି RBI । ଏହା ବ୍ୟତୀତ ଆଉ ଦୁଇ ସରକାରୀ ବ୍ୟାଙ୍କ୍‌, ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏବଂ ପଞ୍ଜାବ୍‌ ଆଣ୍ଡ୍‌ ସିନ୍ଧ୍ ବ୍ୟାଙ୍କ ଉପରେ ମଧ୍ୟ କୋଟିରେ ଜରିମାନାରେ ଲାଗିଛି।

ଆରବିଆଇର ବିବୃତ୍ତି ଅନୁଯାୟୀ, ‘ଋଣ ଏବଂ ଅଗ୍ରୀମ ଋଣ’ ବାବଦକୁ ଏକ ନିୟମ ରହିଛି। ଏହା ସହ ଇଣ୍ଟ୍ରାଗ୍ରୁପ୍‌ ଟ୍ରାଞ୍ଜାକ୍ସନ ପାଇଁ ମଧ୍ୟ ନିୟମାବଳୀ ରହିଛି। ଏସବିଆଇ ଏହି ଦୁଇ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବାରେ ବିଫଳ ହୋଇଛି, ଏଥିପାଇଁ ବ୍ୟାଙ୍କ୍‌ ଉପରେ ୧.୩ କୋଟି ଟଙ୍କାର ଜରିମାନା ଲଗାଯାଇଛି।

ଆହୁରି ପଢ଼ନ୍ତୁ: ସଞ୍ଚୟରେ ପଛଉଛନ୍ତି, ଋଣ ନେଇ ଟଙ୍କା ଉଡାଉଛନ୍ତି ଭାରତୀୟ: RBI ରିପୋର୍ଟ

ଇଣ୍ଡିଆନ ବ୍ୟାଙ୍କ୍‌ ଏବଂ ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କ୍‌ ଉପରେ ବି ଜରିମାନା:

‘ଋଣ ଏବଂ ଅଗ୍ରୀମ ଋଣ’ ନିୟମ, କେଓ୍ବାଇସି ସହ ଜଡ଼ିତ ନିୟମ ଏବଂ ଜମା ଉପରେ ସୁଧ ଦର ମାର୍ଗଦର୍ଶିକାର ଉଲ୍ଲଘଂନ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ୍‌ ଉପରେ ୧.୬୨ କୋଟି ଟଙ୍କାର ଜରିମାନା ଲଗାଯାଇଥିବା ନେଇ କହିଛି। ଏହା ବ୍ୟତୀତ ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କ୍ ଉପରେ ଡିପୋଜିଟର ଏଜୁକେଶନ ଏବଂ ଆଓ୍ବାରନେସ୍‌ ଫଣ୍ଡ୍‌ ସ୍କିମ୍‌ରୁ ଜଡ଼ିତ ନିୟମ ପାଳନ ନକରିବାକୁ ନେଇ ୧ କୋଟି ଟଙ୍କାର ଜରିମାନା ଲଗାଇଛି।

ସେହିଭଳି ଆରବିଆଇ ଏନବିଏଫସି ସେକ୍ଟରର ଏକ କମ୍ପାନି ଫେଡବ୍ୟାଙ୍କ୍‌ ଫାଇନାନ୍ସିଆଲ ସର୍ଭିସ୍‌ ଲିମିଟେଡ ଉପରେ ମଧ୍ୟ ୮.୮୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କମ୍ପାନି ଉପରେ ଜରିମାନା ଠକେଇ ରୋକିବା ସହ ଜଡ଼ିତ କିଛି ନିୟମର ପାଳନ ନକରିବା ନେଇ ଜରିମାନା ଲଗାଯାଇଛି। ଏହାସହ ଆରବିଆଇ ମୁମ୍ବାଇର ‘ଦ କପୋଲ କୋ-ଅପରେଟିଭ ବ୍ୟାଙ୍କ୍‌ ଲିମିଟେଡ’ର ଲାଇସେନ୍ସ ରଦ୍ଦ କରିଛି। ବ୍ୟାଙ୍କ୍‌ ପାଖରେ ପୁଞ୍ଜି ନଥିବା, ଆୟର ଆଶା ନଥିବା କାରଣରୁ ଏହି ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱର ପଞ୍ଚମ ଅର୍ଥ ବ୍ୟବସ୍ଥା ହେବା ଭଲ କଥା, ତେବେ …କାହା ଉପରେ ଧ୍ୟାନ ଦେବାକୁ ହେବ କହିଲେ ପୂର୍ବତନ RBI ଗଭର୍ଣ୍ଣର

   Related Posts