Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

Amzon Pay ଉପରେ ୩.୦୬ କୋଟି ଟଙ୍କାର ଜରିମାନା: ନିୟମ ଉଲ୍ଲଘଂନ ନେଇ RBIର କାର୍ଯ୍ୟାନୁଷ୍ଠାନ

3/03/2023 at 9:46 PM

ନୂଆଦିଲ୍ଳୀ, ୦୩/୦୩: ଆମାଜନ ପେ ଉପରେ ଆରବିଆଇର କଡ଼ା କାର୍ଯ୍ୟାନୁଷ୍ଠାନ। ଆମାଜନ ପେ ଇଣ୍ଡିଆ ଉପରେ ଭାରତୀୟ ରିଜର୍ଭ ୩.୦୬ କୋଟିର ଆର୍ଥିକ ଜରିମାନା ଲଗାଇଛି। ଏନେଇ ଆରବିଆଇ ଶୁକ୍ରବାର କହିଛି ଯେ ସେ ଆମାଜନ ପେ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ ଉପରେ ୩.୦୬ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି। ଏହି ଜରିମାନା ପ୍ରିପେଡ ଦେୟ ଉପକରଣ (ପିପିଆଇ) ଏବଂ ଏହାର ଗ୍ରାହକଙ୍କୁ ଜାଣିବା (କେଓ୍ବାଇସି) ସହ ଜଡ଼ିତ କିଛି ନିୟମର ପାଳନ ନ କରିବା ପାଇଁ ଲଗାଇଛି।

ଆରବିଆଇ ଆମାଜନ ପେ (ଇଣ୍ଡିଆ) କୁ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଆମାଜନ ପେ ର ଉତ୍ତରକୁ ବିଚାର କରିବା ପରେ ଆରବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଥିଲା ଯେ ସଂସ୍ଥା ନିୟମର ପାଳନ କରିନଥିଲା ଏବଂ ତାହା ଉପରେ ଆର୍ଥିକ ଜରିମାନା ଲଗାଇଥିଲା।

ଅବଶ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ କହିଛି ଯେ ଏହି ଜରିମାନା ନିୟମ ମାନିନଥବା କାରଣରୁ ଲଗାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ଆମାଜନ ପେ ଇଣ୍ଡିଆକୁ ଏହାର ଗ୍ରାହକଙ୍କ ସହ କରାଯାଇଥିବା କୌଣସି ନେଣଦେଣର ବୈଧତା ଉପରେ ଟିପ୍ପଣୀ କରାଯିବ ନାହିଁ।

   Related Posts