ଏହି ୫ ବ୍ୟାକ୍ଟେରିଆ ନେଉଛନ୍ତି ଲୋକଙ୍କ ଜୀବନ, ୨୦୧୯ ରେ ଯାଇଛି ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ...

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ, ୨୨/୧୧: ଆମ ଚତୁଃପାର୍ଶ୍ବରେ, ଏମିତିକି ଆମ ଶରୀରରେ କିଛି ଏଭଳି ଛୋଟ-ଛୋଟ ଜୀବ ରହିଥାନ୍ତି ଯାହାକୁ ଆମେ ବ୍ୟାକ୍ଟେରିଆ କହିଥାଉ। ଏହା ଏତେ ଛୋଟ ହୋଇଥାନ୍ତି ଯାହାକୁ ଆମେ ଖାଲି ଆଖିରେ ଦେଖାପାରିନଥାନ୍ତି। କିଛି ବ୍ୟାକ୍ଟେରିଆ ଭଲ ବି ହୋଇଥାନ୍ତି ତ’ ପୁଣି କିଛି ବ୍ୟାକ୍ଟେରିଆ ଖରାପ ହୋଇଥାନ୍ତି। କିନ୍ତୁ କିଛି ଏଭଳି ବ୍ୟାକ୍ଟେରିଆ ଏଭଳି ବି ରହିଥାନ୍ତି ଯାହା ଖୁବ୍ କ୍ଷତିକାରକ ହୋଇଥାନ୍ତି।

ସାଇନ୍ସ ଜର୍ଣ୍ଣାଲ୍ ଲାନ୍ସେଟ୍‌ରେ ଏଭଳି ୫ ବ୍ୟାକ୍ଟେରିଆର ନାଁ କୁହାଯାଇଛି। ଯାହା ୨୦୧୯ ରେ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ବରେ ହତ୍ୟାକାରୀ ଭାବରେ ଉଭା ହୋଇଛନ୍ତି। ଏହି ବ୍ୟାକ୍ଟେରିଆ ବିଶ୍ବରେ ୧.୩୭ କୋଟିରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଏଥିରୁ ୭୭ ଲକ୍ଷରୁ ଅଧିକ ମୃତ୍ୟୁର କାରଣ ପାଲଟିଥିଲେ ୩୩ ବ୍ୟାକ୍ଟେରିଆ। ପୁଣି ଏମାନଙ୍କ ମଧ୍ୟରେ ୫୫ ପ୍ରତିଶତ ମୃତ୍ୟୁ କାରଣ ପଛରେ ଏହି ୫ ବ୍ୟାକ୍ଟେରିଆ ରହିଛନ୍ତି।

ଏହି ଷ୍ଟଡୀ ପାଇଁ ୨୦୪ ଦେଶରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଗବେଷକ ୩୪ କୋଟିରୁ ଅଧିକ ମୃତ୍ୟୁ ରିପୋର୍ଟ ଯାଞ୍ଚ କରିଥିଲେ ଏବଂ ସେଥିରୁ ବ୍ୟାକ୍ଟେରିଆ ଯୋଗୁଁ ହେଉଥିବା ମୃତ୍ୟୁକୁ ଅଲଗା କରିଥିଲେ। ଲାନ୍ସେଟ ଅନୁଯାୟୀ, ଯେଉଁ ବ୍ୟାକ୍ଟେରିଆ ସବୁଠୁ ଅଧିକ କ୍ଷତିକାରକ, ସେମାନଙ୍କ ମଧ୍ୟରେ ଇ.କୋଲାଇ, ଏସ. ନିମୋନିଆ, କେ. ନିମୋନିଆ, ଏସ.ଆରିୟସ ଏବଂ ଏ ବୋମେନିୟାଇ ରହିଛନ୍ତି।

ଲାନ୍ସେଟ ଅନୁଯାୟୀ, ଗବେଷଣାରେ କୁହାଯାଇଛି ଯେ ୨୦୧୯  ରେ ଏହି ପାଞ୍ଚ ବ୍ୟାକ୍ଟେରିଆରୁ ଭାରତରେ ୬.୭୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଅର୍ଥାତ୍, ପ୍ରତିଦିନ ହାରାହାରି ୧,୮୬୦ ଏବଂ ପ୍ରତିଘଣ୍ଟାରେ ୭୭ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ପାଞ୍ଚ ମଧ୍ୟରୁ ଇ. କୋଲାଇ ସବୁଠୁ ଅଧିକ କ୍ଷତିକାରକ ବ୍ୟାକ୍ଟେରିଆ । ଏହି ବ୍ୟାକ୍ଟେରିଆ ଯୋଗୁଁ ଭାରତରେ ୨୦୧୯ ରେ ୧.୫୭ ଲକ୍ଷ ରୁ ଅଧିକ ମୃତ୍ୟୁ ହୋଇଥିଲା।

ଏହି ଷ୍ଟଡୀରେ କୁହାଯାଇଛି ଯେ ବିଶ୍ବରେ ମୃତ୍ୟୁର ଦ୍ବିତୀୟ ସବୁଠୁ ବଡ଼ କାରଣ ବ୍ୟାକ୍ଟେରିଆ ଦ୍ବାରା ହେଉଥିବା ସଂକ୍ରମଣ। ସେହିଭଳି ଦୁନିଆରେ ହେଉଥବା ପ୍ରତି ୮ ମୃତ୍ୟୁ ମଧ୍ୟରୁ ଗୋଟିଏ ଏହା ସହ ଜଡ଼ିତ। ଷ୍ଟଡୀରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ୨୦୧୯ ରେ ଦୁନିଆରେ ଯେତିକି ମୃତ୍ୟୁ ହୋଇଛି, ସେଥିରେ ୧୩.୬ ପ୍ରତିଶତ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମଣ ହୋଇଛି।

ଯେଉଁ ୩୩ ବ୍ୟାକ୍ଟେରିଆ କାରଣରୁ ୭୭ ଲକ୍ଷ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୭୫ % ରୁ ଅଧିକ ମୃତ୍ୟୁ କେବଳ ତିନି ସିଣ୍ଡ୍ରୋମ- ଲୋଅର ରେସ୍ପିରେଟୋରୀ ସଂକ୍ରମଣ (ଏଲଆରଆଇ), ବ୍ଲଡଷ୍ଟ୍ରିମ୍ ସଂକ୍ରମଣ (ବିଏସଆଇ) ଏବଂ ପେରିଟୋନିୟଲ ଆଣ୍ଡ୍ ଇଣ୍ଟ୍ରା-ଆବ୍ଡୋମିନାଲ ଇନଫେକସନ(ଆଇଏଏ) କାରଣରୁ ହୋଇଛି।

ଗବେଷକଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟାକ୍ଟେରିଆ ସବୁଠୁ ଅଧିକ କ୍ଷତିକାରକ ହୋଇଥାଏ। ସେମାନଙ୍କ ମଧ୍ୟରୁ ଏସ.ଓରିୟସ ସବୁଠୁ ଅଧିକ କ୍ଷତିକାରକ। କେବଳ ଓରିୟସ ଯୋଗୁଁ ୧୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଏହି ଷ୍ଟଡୀ ବଡ଼ ଆକାରରେ କରାଯାଇଥିବା ପ୍ରଥମ ଷ୍ଡଡୀ, ଯେଉଁଥିରେ କୁହାଯାଇଛି ଯେ ବ୍ୟାକ୍ଟେରିଆ କେତେ କ୍ଷତିକାରକ ? ଗବେଷଣା ସାମିଲ ଗବେଷକଙ୍କ ଅନୁଯାୟୀ ଏଭଳି ବ୍ୟାକ୍ଟେରିଆ ସଂକ୍ରମଣ ହେଉଥିବା ସ୍ବାସ୍ଥ୍ୟ ଜନିତ ଅସୁବିଧାର ଏହା ପ୍ରଥମ। ଗବେଷକଙ୍କ ଅନୁଯାୟୀ ଏହି ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର ଫଳରେ ବ୍ୟାକ୍ଟେରିଆଠାରୁ ହେଉଥିବା ରୋଗ ଜଣାପଡ଼ିପାରିବ ଏବଂ ସଂକ୍ରମଣ ଜନିତ ମୃତ୍ୟୁ କମ୍ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.