ସାମ୍ନାକୁ ଆସୁଛି ଢେଙ୍କାନାଳ କଳ୍ପତରୁ ଆଶ୍ରମ କେଳେଙ୍କାରୀ ; ନିଖୋଜ ଶିଶୁ ଉଦ୍ଧାର ପରେ କହିଲା ନିର୍ଯାତନାର କାହାଣୀ

Published By : Prameya-News7 Bureau | January 27, 2019 IST

ଢେଙ୍କାନାଳ ୨୭|୧: ଢେଙ୍କାନାଳ କଣ୍ଟେଇବୋଳିଆ ସ୍ଥିତ କଳ୍ପତରୁ ଆଶ୍ରମର କଳା କରାନାମା ଧିରେ ଧିରେ ସାମ୍ନାକୁ ଆସୁଛି। ଆଶ୍ରମରୁ ନିଖୋଜ ଥିବା ଶିଶୁକୁ ଭୟଭୀତ ଅବସ୍ଥାରେ ଢେଙ୍କାନାଳ ଷ୍ଟେସନରେ ଏକ ସିଡ଼ି ତଳୁ ଉଦ୍ଧାର କରାଯାଇଛି।

{"id":78569}

ଉଦ୍ଧାର ଶିଶୁ ଆଶ୍ରମର ମୁଖ୍ୟ ବାବା ମୁରାରୀ ଦାସ ଓରଫ ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ଦ୍ବାରା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଥିଲେ। ଶିଶୁଟିର ପେଟ, ପିଠି ଓ ଛାତିରେ ରହିଛି ନିର୍ଯାତନାର ଚିହ୍ନ ରହିଛି । ଏହି ଘଟଣା ପରେ ଉଦ୍ଧାର ଶିଶୁକୁ ସିଡବ୍ଲୁସି ପକ୍ଷରୁ ଏକ ଶିଶୁ ଗୃହରେ ରଖାଯାଇଥିବା ବେଳେ ପ୍ରଶାସନ ଏହି ଆଶ୍ରମକୁ କବଜାକୁ ନେଇଛି।

{"id":78567}

 ଗତକାଲି ଅଭିଭାବକ ମାନେ ଆସି ନିଜ ନିଜ ପିଲାଙ୍କୁ ଘରକୁ ନେଇଯିବାକୁ ଚାହିଁଥିଲେ। ତେବେ ପୋଲିସ ନଛାଡ଼ିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୋଲିସର ବିରୋଧ ସତ୍ବେ କେତେକ ଅଭିଭାବକ ନିଜ ନିଜ ପିଲାଙ୍କୁ ଘରକୁ ନେଇଯାଇଛନ୍ତି। ଆଶ୍ରମର ବାବା ମୁରାରୀ ଦାସ ଫେରାର ହୋଇଯାଇଥିବା ବେଳେ ଏବେ ଜିଲ୍ଲାପ୍ରଶାସନର ନିଦ ଭାଙ୍ଗିଛି। ଏହି ଆଶ୍ରମ ବେଆଇନ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.