suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

୭ଦିନ ହେଲା ୨୫୦ ଫୁଟ ଗଭୀର ଗାତରେ ଫସି ରହିଛି ୨ ବର୍ଷର ଶିଶୁ; ଶିଶୁକୁ ଉଦ୍ଧାର ପାଇଁ ଲୋକେ କରୁଛନ୍ତି ପ୍ରାର୍ଥନା

20/01/2019 at 4:23 PM

ମାଲାଗା ୨୦/୧ : ପାହାଡିଆ ଅଂଚଳରେ ଏକ ଦୁଇ ବର୍ଷର ଶିଶୁ ଗତ ୭ଦିନ ହେଲା ଏକ ଗଭୀର ଗାତରେ ଫସି ଯାଇଛି | ଗାତର ଗଭୀର ୨୫୦ ଫୁଟ | ଶିଶୁ ବଞ୍ଚାଇବା ପାଇଁ ଦୁନିଆ ସାରା ଲୋକ ପ୍ରାର୍ଥନା କରୁଛନ୍ତି | ଶିଶୁକୁ ଉଦ୍ଧାର କରିବା ପାଇଁ ପାୱାରଫୁଲ ମେସିନ ସାହାଯ୍ୟରେ ସୁଡ଼ଙ୍ଗ ଖୋଳା ଚାଲିଛି |

ଘଟଣା ସ୍ପେନର ମାଲାଗା ଅଂଚଳର | ଗାତ ରବିବାର ଦିନ ଜୁଲେନ ରୋସେଲୋ ନାମକ ଏକ ଶିଶୁ ଅଚାନକ ଗାୟବ ହୋଇଯାଇଥିଲା | ସେତେବେଳେ ଶିଶୁର ବାପା ଘରଲୋକଙ୍କ ପାଇଁ ରୋଷେଇ କରୁଥିଲେ | ଅଚାନକ ଶିଶୁ ଗାୟବ ହୋଇଯିବ ପରେ ଘରଲୋକ ଖୋଜାଖୋଜି କରିଥିଲେ | ଆଖପାଖ ଅଂଚଳରେ ପଚରାଉଚୁରା କରୁଥିଲେ |

କେଉଁଠି ହେଲା ଶିଶୁର ପତ୍ତା ମିଳିଲାନାହିଁ | କିଛି ସମୟ ପରେ ଜଣାପଡିଲା ଯେ, ଶିଶୁ ସେହି ଗାତରେ ପଡି ଯାଇଛି |

ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା | ଉଦ୍ଧାରକାରୀ ଦଳ ଆସି ଘଟଣାସ୍ଥଳରେ ପହଂଚିଥିଲେ | ଶିଶୁକୁ ଗାତରୁ ବାହାର କରିବା ପାଇଁ ପ୍ରଥମେ ଏକ ପ୍ରୟାସ କରାଯାଇଥିଲା |

ତେବେ ପ୍ରଥମ ଚେଷ୍ଟାରେ ଉଦ୍ଧାରକାରୀ ଦଳ ଅସଫଳ ହୋଇଥିଲେ | ଏହାପରେ ଦ୍ୱିତୀୟ ସୁଡ଼ଙ୍ଗ ଖୋଳିବା କାମ ଆରମ୍ଭ କରିଥିଲେ | ଆଜି ଯେକୌଣସି ମୁହୂର୍ତ୍ତରେ ଶିଶୁକୁ ଉଦ୍ଧାର ହେବ ବୋଲି ଆଶା କରାଯାଉଛି |

ଏପର୍ଯ୍ୟନ୍ତ ଶିଶୁର କିଛି ସଂକେତ ମିଳିପାରିନାହିଁ | ଶିଶୁର କିଛି ଚୁଟି ମିଳିଥିଲା | ଡିଏନଏ ଟେଷ୍ଟରେ ପ୍ରମାଣିତ ହୋଇଥିଲା ଯେ, ଚୁଟି ଜୁଲେନର |

ସ୍ପେନର ସବୁଠାରୁ ପାୱାରଫୁଲ ମେସିନ ସାହାଯ୍ୟରେ ସୁଡ଼ଙ୍ଗ ଖୋଳାଯାଉଛି | ସୁଡ଼ଙ୍ଗ ଖୋଳା ଯିବାପରେ କିଛି ଲୋକଙ୍କୁ ଭିତରକୁ ପଠାଯିବ | ଏହାପରେ ସେମାନେ ହାତରେ ୧୩ ଫୁଟ ଲମ୍ବର ଅନ୍ୟ ଏକ ସୁଡ଼ଙ୍ଗ ଖୋଳିବେ | ଉଦ୍ଧାରକାରୀ ଦଳ ଶିଶୁକୁ ସକୁଶଳ ଉଦ୍ଧାର କରିବେ ବୋଲି ଆଶା କରାଯାଉଛି |

   Related Posts