ଉତ୍ତରାଖଣ୍ଡ ବିଭୀଷିକା: ଟନେଲରେ ଏବେ ବି ଫସି ରହିଛନ୍ତି ୩୦ଜଣ, ଉଦ୍ଧାର କାର୍ଯ୍ୟ ସହ ଖାଇବା ପହଞ୍ଚାଉଛନ୍ତି ବାୟୁସେନା

Published By : Prameya-News7 Bureau | February 08, 2021 IST

ଡେରାଡୁନ ୦୮/୦୨ : ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ଏବେ ସୁଦ୍ଧା ୧୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନେକ ଲୋକ ମାଟି ତଳେ ଚାଲି ହୋଇ ରହିଥିବା ସନ୍ଦେହ କରାଯାଉଛି। ପାଖାପାଖି ୧୭୦ ଜଣ ନିଖୋଜ ଅଛନ୍ତି। ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଚମୋଲି ପୋଲିସ ଟ୍ୱିଟ କରି ଲୋକଙ୍କୁ ସତର୍କ ରହିବାକୁ କହିଛି।

{"id":405447,"width":561,"height":282,"sizeSlug":"large","linkDestination":"none"}

ଆଇଟିବିପି ଡେରାଡୁନ ସେକ୍ଟର ମୁଖ୍ୟ କାର୍ଯ୍ୟାଳୟ ଡ଼ିଆଇଜି ଅପର୍ଣ୍ଣା କୁମାର କହିଛନ୍ତି ଯେ ବଡ ଟନେଲକୁ ୭୦ ରୁ ୮୦ ମିଟର ଖୋଲା ଯାଇଛି। ଜେସିବି ସାହାଯ୍ୟରେ ଡାହସି ଯାଇଥିବା ମାଟି ବାହାର କରାଯାଉଛି। ଏଠାରେ ପାଖାପାଖି ୩୦-୪୦ କର୍ମଚାରୀ ଫସି ରହିଛନ୍ତି। ଆଇଟିବିପି, ଉତ୍ତରାଖଣ୍ଡ ପୋଲିସ, ଏସଡିଆରଏଫ, ଏନଡିଆରଏଫ ଓ ସେନା ଏଠାରେ ସଂଯୁକ୍ତ ଅପରେସନ ଜାରି ରଖିଛନ୍ତି।

{"id":405448,"sizeSlug":"large","linkDestination":"none"}

ତପୋବନର ଆଉ ଏକ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଟନେଲରେ ପ୍ରାୟ ୩୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଆଇଟିବିପି ପ୍ରବକ୍ତା ବିବେକ କୁମାର ପାଣ୍ଡେ କହିଛନ୍ତି ଯେ ଟିମ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଆଉ ଏକ ସୁଡ଼ଙ୍ଗରେ ମଧ୍ୟ ସର୍ଚ୍ଚ ଅପରେସନ ଜୋରସୋରରେ ଆରମ୍ଭ ହୋଇଛି। ସେଠାରେ ପ୍ରାୟ ୩୦ ଜଣ ଫସି ରହିଥିବା ସୂଚନା ରହିଛି। ଆଇଟିବିପିର ୩୦୦ ଯବାନ ସୁଡ଼ଙ୍ଗ ସଫା କରିବାରେ ଲାଗିଛନ୍ତି ଯେପରି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ। ସ୍ଥାନୀୟ ପ୍ରଶାସନ ଅନୁଯାୟୀ ପ୍ରାୟ ୧୭୦ ଜଣ ନିଖୋଜ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.