scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିନାଝୋଲା ବାଂଶଧାରା ନଦୀରେ ଦୁଇ ନିଖୋଜ, ମନ୍ଦିରକୁ ଆସି ମିଳୁନି ପତ୍ତା

29/08/2023 at 10:32 AM

ଗୁଣୁପୁର ୨୯/୦୮: ବଂଶଧାରା ନଦୀର ପାଣି ସ୍ରୋତରେ ଭାସି ନିଖୋଜ ଥିବା ଦୁଇ ଶିଶୁଙ୍କ ମିଳିନି ପତ୍ତା । ଦୁଇଜଣଙ୍କ ମଧ୍ୟରେ ନାବାଳାକ ରତ୍ନାକର ବଡନାୟକ ଯାହାଙ୍କ ବୟସ ୯ । ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ଯାହାଙ୍କ ବୟସ ୧୦ ବର୍ଷ ହେବ ବୋଲି ଜଣାପଡିଛି । ଦୁଇ ଜଣ ଶିଶୁ ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈବ ପୀଠ ଦର୍ଶନ କରିବାକୁ ଯାଇଥିବା ବେଳେ ଭାସିଯାଇଥିଲେ ।

ଦମକଳ ବାହିନୀ ଓ ଭାମିନିର ଦ୍ୱିତୀୟ ଆଇଆର୍ବିଏନ୍ କ୍ୟାମ୍ପ୍ ର ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ସୂଚନା । ଶ୍ରବଣ ମାସ ଶେଷ ସୋମବାର ହୋଇଥିବାରୁ ପ୍ରସିଦ୍ଧ ଶୈବ ପୀଠ ମୀନାଝୋଲା ଠାରେ ଜଳ ଲାଗି କରିବାକୁ ବହୁତ ଶିବ ଭକ୍ତ ଆସିଥିଲେ । ତେବେ ନିଖୋଜ ଦୁଇ ନାବାଳକ ମଧ୍ୟ ପାଣି ଢାଳିବାକୁ ଆସିଥିଲେ ।

ଦୁଇ ନାବାଳକ ଖେଳି ଖେଳି ନଦୀର ପାଣି ଆଡକୁ ଆସି ଯାଇଥିଲେ । ମୀନାଝୋଲା ଅଳ୍ପ ଦୂରରେ ଦୁଇଟି ନଦୀ ଚାଉଳ ଧୂଆ ଓ ଫଳ ଫଳିଆ ନଦୀର ପାଣି ବାଂଶଧାରା ନଦୀକୁ ଆସୁଛି । ତେଣୁ ପାହାଡିଆ ନଦୀ ପ୍ରଖର ସ୍ରୋତରେ ଦୁଇ ଭାସି ଯାଇ ନିଖୋଜ ଅଛନ୍ତି । ସୋମବାରଠୁ ଆଜି ଯାଏ ନିଖୋଜଙ୍କ ପତ୍ତା ମିଳି ନଥିବା ଜଣାପଡିଛି ।

you can also read…

   Related Posts