ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନନ

11/11/2022 at 11:30 PM

ଯାଜପୁର ରୋଡ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ଯାଜପୁର ରୋଡ ବନ ବିଭାଗ ଏହି ବିଶାଳ କଇଁଛକୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଥିବା ଜଣାପଡିଛି।

ସୂଚନା ମୁତାବକ ମଙ୍ଗଳପୁର ଥାନା ତରପଦା ଗ୍ରାମରେ ଏକ ବିରଳ ପ୍ରଜାପତିର ବଡ଼ କଇଁଛ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। କଇଁଛଟି ନିକଟସ୍ଥ ବୈତରଣୀ ନଦୀରୁ ଉଠିଆସି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଇଥିଲା। ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର ସଦଳବଳେ ତରପଦା ଗ୍ରାମରେ ପହଞ୍ଚି କଇଁଛକୁ ଉଦ୍ଧାର କରି ଯାଜପୁର ରୋଡ ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ପରେ କଟକ DFO ଙ୍କ ନିର୍ଦ୍ଧେଶ କ୍ରମେ କଇଁଛଟିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇ ଦିଆଯାଇଛି।

   Related Posts