ଜଙ୍ଗଲରୁ ଖସି ଆସିଥିବା ସମ୍ୱର ଗାଁରୁ ଉଦ୍ଧାର; ଶିମିଳିପାଳ ନେଲାବେଳେ ହେଲା ମୃତ୍ୟୁ

Published By : Prameya-News7 Bureau | November 24, 2022 IST

ଉଦଳା ୨୪/୧୧: ଅଭୟାରଣ୍ୟରୁ ଖସି ଆସି ଜନବସତିରେ ପଶିଥିଲା ସମ୍ବର। ଗାଁ ଲୋକମାନେ ସମ୍ବରକୁ ବାନ୍ଧି ରଖିଥିବା ବେଳେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ସମ୍ବରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ମଧ୍ୟ  ବନବିଭାଗ ତାକୁ ବଞ୍ଚାଇପାରିଲା ନାହିଁ। ଗୁରୁବାର ମଧ୍ୟାହ୍ଣ ସମୟରେ ଉଦଳା ବନାଞ୍ଚଳ ଅଧୀନ କହ୍ନେଇବନ୍ଧ ଗାଁକୁ ଏକ ସମ୍ବର ପଶି ଆସିଥିଲା। ସମ୍ବରକୁ ଦେଖି ଲୋକେ ଏକାଠି ହେବା ସହ ତାକୁ ବାନ୍ଧି ରଖିଥିଲେ।

{"id":713247,"width":490,"height":275,"sizeSlug":"full","linkDestination":"none"}

ଏହି ଖବର ପାଇ ଉଦଳା ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମ୍ବରକୁ ଉଦ୍ଧାର କରିଥିଲେ। ପରେ  ତାକୁ ଶିମିଳିପାଳରେ ଅଭୟାରଣ୍ୟରେ ଛାଡିବାକୁ ନେଉଥିଲେ। କିନ୍ତୁ ସମ୍ବରଟିର ମୃତ୍ୟୁ ହୋଇଥିଲା। ଫଳରେ ମୃତ ସମ୍ବରକୁ ଉଦଳା ପଶୁ ଡାକ୍ତରଖାନାକୁ ଅଣାଯାଇଛି। ସେଠାରେ ତାହାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।

ଘଟଣାସ୍ଥଳରେ ସମ୍ବରଟିର ମୃତ୍ୟୁ ହୋଇଛି ବୋଲି  କହି ବନବିଭାଗ ଦୋଷ ଖସାଇ ଦେଇଛି। କିନ୍ତୁ ଉଦ୍ଧାର ହୋଇଥିବା ଜୀବିତ ସମ୍ବରଟି ବନବିଭାଗ ହେପାଜତରେ ଆସୁଥିବା ବେଳେ ତାହାର ମୃତ୍ୟୁ ହୋଇଥିବା ଜଣାଯାଇଛି। ଉଦ୍ଧାର ସମ୍ବରର ଓଜନ ଦେଢ ପାଖାପାଖି ଦେଢ଼ କୁଇଣ୍ଟାଲ ଓ ତାର ବୟସ ୬ ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। କିନ୍ତୁ ବନ ବିଭାଗ କର୍ମଚାରୀମାନଙ୍କ ହେପାଜତରେ ଥାଇ ମଧ୍ୟ ସମ୍ୱରଟିର କିପରି ମୃତ୍ୟୁ ହେଲା ସେନେଇ ପରିବେଶବିତ୍‌ ଏବଂ ବନ୍ୟଜନ୍ତୁ ପ୍ରେମି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.