ବିରାଟକାୟ ଅଜଗର ସାପ ଉଦ୍ଧାର: ଜଙ୍ଗଲରେ ଛାଡିଲା ପାଟଣା ବନ ବିଭାଗ
30/08/2020 at 7:30 PM

ପାଟଣା୩୦/୮: ବିରାଟକାୟ ଅଜଗର ସାପ ଉଦ୍ଧାର। ପାଟଣା ରେଞ୍ଜ ଅସନବାହାଳି ଗ୍ରାମରରୁ ଏହି ଅଜଗର ସାପଟିକୁ ଉଦ୍ଧାର କରାଯାଇଛି। ଏହି ବିରାଟକାୟ ଅଜଗର ସାପକୁ ପାଟଣା ବନ ବିଭାଗ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛି। ସୂଚନା ମୁତାବକ ରବିବାର ଅସନ ବାହାଳି ଗ୍ରାମର ପ୍ରେମଲତା ମହାନ୍ତ ଘର ବାହାର ଝାଡୁ ମାରୁଥିବା ସମୟରେ ଏହି ସାପକୁ ଦେଖିଥିଲେ। ଏ ସମ୍ପର୍କରେ ପାଟଣା ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ ଘଟଣାସ୍ଥଳରେ ପହଁଞ୍ଚି ସାପକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଫରେଷ୍ଟର ସୁନିତା ବାଘେଲ ସୂଚନା ଦେଇଛନ୍ତି।