୧୦ ଫୁଟ ଲମ୍ବର ବିଷଧର ଅହିରାଜ ସାପ ଉଦ୍ଧାର: ସୁସ୍ଥ ଅବସ୍ଥାରେ ଜଙ୍ଗଲରେ ଛଡ଼ାଗଲା

Published By : Prameya-News7 Bureau | June 24, 2020 IST

ବ୍ରହ୍ମପୁର୨୪/୬: ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜଗଦେବପୁର ଗ୍ରାମ ନିକଟରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ସନ୍ଧ୍ୟା ସମୟରେ ଗ୍ରାମ ନିକଟରେ ଏକ ଗଛ ଉପରେ ବିରାଟକାୟ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେବା ସହ ସାମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁରର ସର୍ପ ଉଦ୍ଧାରକ ସ୍ୱାଧିନ ସାହୁ, ତାରା ପ୍ରସାଦ ଦାସ, ସନ୍ଦିପ ସେଠୀ, ସୁସାନ୍ତ ମହାଙ୍କୁଡଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ସାପଟିର ଲମ୍ବ ୧୦ ଫୁଟ ଥିବା ବେଳେ ସାପଟି ବିଷଧର ଅହିରାଜ ପ୍ରଜାତିର ହୋଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସ୍ୱାଧିନ କୁମାର ସାହୁ । ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ସୁସ୍ଥ ଅବସ୍ଥାରେ ଛଡାଯାଇଥିବା କହିଛନ୍ତି ରେଞ୍ଜର ରଜତ ମିଶ୍ର । ଏଥିରେ ବନ ବିଭାଗର କର୍ମଚାରୀ ଜିତେନ୍ଦ୍ର ଦାଶ, ବାବୁ ସେଠୀ, ପୁରେନ୍ଦ୍ର କାର୍ଜି, ରାମକୁଷ୍ଣ ନାୟକ, ସୁଦାମ ବେହେରା ପ୍ରମୁଖ ସହଯୋଗ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.