scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେରା ଅଧ୍ୟାଦେଶ ପ୍ରସଙ୍ଗ: ଫ୍ଲାଟ୍ ପଞ୍ଜିକରଣ ଉପରେ ରହିତାଦେଶ ବଳବତ୍ତର, ୩ ମାସ ଭିତରେ ନିୟମ କରିବାକୁ ଆଦେଶ

10/07/2023 at 7:21 PM

କଟକ: ରେରା(Real Estate Regulatory Authority) ଅଧ୍ୟାଦେଶ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ଅଧ୍ୟାଦେଶ ଆଧାରରେ ନିୟମାବଳୀ ପ୍ରଣୟନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିୟମାବଳୀ ପ୍ରଣୟନ କରିବାକୁ କୋର୍ଟ କହିଛନ୍ତି। ସେ ପର୍ଯ୍ୟନ୍ତ ଫ୍ଲାଟ୍ ପଞ୍ଜିକରଣ ଉପରେ ରହିତାଦେଶ ବଳବତ୍ତର ରହିଛି। ଏଥିସହ ମାମଲା ଉପରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି।

ଅଧିକ ପଢନ୍ତୁ- ରେରା ଆକ୍ଟ-୨୦୧୭କୁ ସଂଶୋଧନ କଲେ ରାଜ୍ୟ ସରକାର, ଘର କିଣାରେ ଲୋକଙ୍କୁ ଠକି ପାରିବେନି ରିୟଲ ଇଷ୍ଟେଟ ସଂସ୍ଥା

ରେରା ଆଇନ ପାଇଁ ଅଧ୍ୟାଦେଶ ଜାରି ହୋଇସାରିଛି। କିନ୍ତୁ ଉକ୍ତ ଅଧ୍ୟାଦେଶ ଆଧାରରେ ନିୟମାବଳୀ ପ୍ରସ୍ତୁତ କରିବାଲାଗି ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୩ ମାସ ମଧ୍ୟରେ ନିୟମାବଳୀ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେପର୍ଯ୍ୟନ୍ତ ଫ୍ଲାଟ୍ ପଞ୍ଜିକରଣ ଉପରେ ରହିତାଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିବା ସହିତ ଏ ସମ୍ପର୍କିତ ଦାୟର ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

ଫ୍ଲାଟ୍ ପଞ୍ଜିକରଣ ନେଇ ନାନାବିଧ ସମସ୍ୟା ଉପୁଜିବା ଏବଂ ତାକୁ ସମାଧାନ କରିବା ଦିଗରେ ସେଭଳି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ମାମଲା ଆସି ପହଞ୍ଚିଥିଲା ହାଇକୋର୍ଟରେ। ତେବେ ଏ ବାବଦରେ ରାଜ୍ୟ ସରକାର ଅଧ୍ୟାଦେଶ ଜାରି କରିସାରିଛନ୍ତି ବୋଲି ଆଜି ସରକାରୀ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତେବେ ୩ମାସ ଭିତରେ ଆବଶ୍ୟକୀୟ ନିୟମାବଳୀ ପ୍ରଣୟନ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।

   Related Posts