ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆମେରିକାର ନିମ୍ନ ସଦନରେ ରିପବ୍ଲିକାନକୁ ବହୁମତ, ଶୁଭେଚ୍ଛା ଜଣାଇଲେ ବାଇଡେନ, କହିଲେ- ମିଳିମିଶି କାମ କରିବୁ

17/11/2022 at 4:02 PM

ନୂଆଦିଲ୍ଲୀ: ଆମେରିକାରେ ନିକଟରେ ଶେଷ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଗୋଟିଏ ସପ୍ତାହ ପରେ ବିରୋଧୀ ଦଳ ରିପବ୍ଲିକାନ ପାର୍ଟି କଂଗ୍ରେସର ନିମ୍ନ ସଦନ ସାଉସ ଅଫ ରିପ୍ରେଜେଣ୍ଟଟେଟିଭରେ ବହୁମତ ହାସଲ କରିଛି । ବହୁମତ ପାଇଁ ଆବଶ୍ୟକୀୟ ସଂଖ୍ୟା ୨୧୮ ମିଳିଛି । ଏବେ ରାଷ୍ଟ୍ରପତି ଜୋ ବାଇଡେନ ଏହି ବିଜୟ ପାଇଁ ରିପବ୍ଲିକାନ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ରିପବ୍ଲିକାନ ପାର୍ଟି ସାମାନ୍ୟ ବହୁମତ ହାସଲ କରିଛି, କିନ୍ତୁ ଏହା ଆମେରିକାରେ ଗୁରୁତ୍ୱ ବହନ କରୁଥିବା ନିମ୍ନ ସଦନରେ ହାସଲ କରିଛି । ଏହାଦ୍ୱାରା ୨୦୨୪ ପାଇଁ ପାର୍ଟି ରାସ୍ତା ସାମାନ୍ୟ ସହଜ ହୋଇପାରେ । ତେବେ ଏହି ବିଜୟ ଅପେକ୍ଷାକୃତ ବଡ଼ ନୁହେଁ, ଏଥିପାଇଁ ଦଳ ସାମାନ୍ୟ ନିରାଶ ଅଛି । ତେବେ ଏବେବି ଅନେକ ଶାସନର ପରିଣାମ ଆସିନାହିଁ । ଅନ୍ୟ ରେଜଲ୍ଟ ଆସିବା ପରେ ରିପବ୍ଲିକାନର ଆସନ ସଂଖ୍ୟା ଆହୁରି ଅଧିକ ହୋଇପାରେ ।

ରିପବ୍ଲିକାନର ଏହି ବିଜୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆମେରିକା ଲୋକଙ୍କ ଭଲ ପାଇଁ ସେ ରାଜନୈତିକ ବିରୋଧୀଙ୍କ ସହ ମିଶି କାମ କରିବେ । ବାଇଡେନ ବୟାନ ଜାରି କହିଛନ୍ତି, ‘ମୁଁ ସମସ୍ତଙ୍କ ସହ ମିଶି କାମ କରିବି, ରିପବ୍ଲିକାନ ହୁଅନ୍ତୁ ଅବା ଡେମୋକ୍ରେଟ୍’।

   Related Posts