ଟ୍ରମ୍ପଙ୍କୁ ଜିତାଇଥିଲା ରୁଷ: ରିପବ୍ଲିକ ନେତା ଓ ଓ୍ଵିକିଲିକ୍ସ ସାହାଯ୍ୟ ନେଇ ପୁଟିନ କରିଥିଲେ ହିଲାରୀ ଆଉଟ୍ ପ୍ଲାନ
19/08/2020 at 4:16 PM

ଓ୍ଵାଶିଂଟନ ୧୯।୦୮: ଆମେରିକା ସିନେଟ୍ର ଗୁଇନ୍ଦା ସମିତି ଏହି ନିଷ୍କର୍ସରେ ପହଞ୍ଚିଛି ଯେ, ରୁଷ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ହସ୍ତକ୍ଷେପ କରିବାକୁ ଜୋରଦାର ପ୍ରୟାସ କରିଥିଲା। ଏଥି ପାଇଁ ରୁଷ ରିପବ୍ଲିକାନ ନେତା ପଲ ମାନାଫର୍ଟ, ଦ ଓ୍ଵିକିଲିକ୍ସ ଓ୍ଵେବସାଇଟ୍ ଏବଂ ଅନ୍ୟ ପ୍ରକ୍ରିୟା ବ୍ୟବାହର କରିଥିଲା। ମଙ୍ଗଳବାର ସିନେଟ୍ର ଗୁଇନ୍ଦା ସମିତିର ରିପୋର୍ଟ ପ୍ରକାଶ ପାଇଛି।
ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ଚେକ୍ ଦେବା ପାଇଁ ରୁଷିଆ ପକ୍ଷରୁ ଜାରି ପ୍ରୟାସରେ ଓ୍ଵିକିଲିକ୍ସ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରିପୋର୍ଟରୁ ପ୍ରକାଶ। ୨୦୧୬ ନିର୍ବାଚନରେ ଓ୍ଵିକିଲିକ୍ସର ପବ୍ଲିକ ଆକାଉଣ୍ଟ ସବୁଠୁ ବିବାଦୀୟ ବିଷୟ ପାଲଟିଥିଲା।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟକ୍ତିଗତ ଭାବେ ରୁଷିଆର ଏହି ପ୍ରୟାସକୁ ଆଗକୁ ବଢାଇଥିଲେ। କମ୍ପ୍ୟୁଟର ନେଟଓ୍ଵର୍କ ଏବଂ ଡେମୋକ୍ରାଟିକ ପାର୍ଟି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ହ୍ୟାକ୍ କରାଯାଇ କ୍ଲିଣ୍ଟନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା।
କମିଟି ଔପଚାରିକ ଭାବେ ଇଣ୍ଟେଲିଜେନ୍ସ ଉପରେ ସିନେଟ୍ ସିଲେକ୍ଟ କମିଟିକୁ କହିଛି ଯେ, ନିର୍ବାଚନ ପୂର୍ବରୁ ଏବଂ ପରେ ମାନାଫୋର୍ଟ ରୁଷ ସହିତ ମିଶି ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଅଲିଗର୍ଚ୍ଚ ଅଲଗେ ଡେରିପସକା ଏବଂ ରୁଷି ଗୁଇନ୍ଦା ଏଜେନ୍ସି ସଞ୍ଚାଳକ କୋନଷ୍ଟେନଟିନ ମଧ୍ୟ ସାମିଲ ଥିଲେ।
ପ୍ୟାନେଲ ମାନାଫୋର୍ଟଙ୍କ ଭୂମିକା ଟ୍ରମ୍ପଙ୍କ ନିକଟତର ରୁଷର ଗୁଇନ୍ଦାଗିରି ପାଇଁ ସୁଯୋଗ ସୃଷ୍ଟି କରିଥିଲା। କମିଟିରେ ସାମିଲ ରିପବ୍ଲିକନ ସାଂସଦଙ୍କ ଏକ ଗୋଷ୍ଠୀ ରିପୋର୍ଟରେ ଅତିରିକ୍ତ ବିଚାର ଦେଇ କହିଛନ୍ତି ଏଥିରେ ଆହୁରି ସ୍ପଷ୍ଟ କରିବା ଉଚିତ୍ ଯେ ଟ୍ରମ୍ପଙ୍କ ପ୍ରଚାର ଅଭିଯାନରେ ରୁଷର ହସ୍ତକ୍ଷେପ କଣ ଥିଲା।
କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇ ନାହିଁ ଯେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥନରେ ଡୋମୋକ୍ରାଟିକ ପ୍ରାର୍ଥୀ ଜୋଏ ବିଡେନଙ୍କୁ ଚେକ୍ ଦେବା ପାଇଁ ରୁଷ କେଉଁ ରଣନୀତି ଆପଣଉଛି।
ଅପିନିୟନ ପୋଲରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋଏ ବିଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅଗ୍ରଣୀ ରହିଥିବା ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ ହସ୍ତକ୍ଷେପ କରୁଥିବା ଅଭିଯୋଗକୁ ମସ୍କୋ ଖଣ୍ଡନ କରିଛି।
ପୂର୍ବତନ ସ୍ଵତନ୍ତ୍ର ଓକିଲ ରବର୍ଟ ମ୍ୟୁଲର ଗତ ବର୍ଷ ଜାରି କରିଥିବା ରିପୋର୍ଟରେ ଏହାର ସୂଚନା ଦେଇଥିଲେ ରୁଷ ହ୍ୟାକିଂ ଏବଂ ଗୁପ୍ତ ସାମାଜିକ ଗଣମାଧ୍ୟମ ଅଭିଯାନ ଜରିଆରେ ନିର୍ବାଚନରେ ହସ୍ତକ୍ଷେପ କରିଥିଲା। ଏହା ସହିତ ଟ୍ରମ୍ପଙ୍କ ପ୍ରଚାରରେ ସାହାଯ୍ୟ କରିଥିବା ରୁଷ ସ୍ଵୀକାର କରିଥିଲା। କିନ୍ତୁ ମ୍ୟୁଲର ରୁଷ ସହିତ ମିଶି ଷଡଯନ୍ତ୍ର ରଚିବାରେ ଟ୍ରମ୍ପଙ୍କ କୌଣସି ସହଯୋଗୀଙ୍କ ଉପରେ ଆରୋପ ଲଗାଇ ନାହାନ୍ତି।