ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଏକଜୁଟ୍ ହୋଇ ରହିବାକୁ ଦେଶବାସୀଙ୍କୁ କଲେ ଅପିଲ୍

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥର ସାଧାରଣତନ୍ତ୍ର ଦିବସ ସବୁଠୁ ସ୍ବତନ୍ତ୍ର । ଚଳିତ ବର୍ଷ ଆଜାଦୀର ଅମୃତ ମହୋତ୍ସବ ଦେଶ ପାଳିଛି ବୋଲି ପିଏମ କହିଛନ୍ତି । ଏହା ସହିତ ଦେଶବାସୀଙ୍କୁ ଏକଜୁଟ ହୋଇ ରହିବାକୁ ଅପିଲ୍ କରିଛନ୍ତି ମୋଦି ।

ସାଧାରଣତନ୍ତ୍ର ଦିବସରେ ଟ୍ବିଟ୍ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷାବଳର  ସ୍ବପ୍ନକୁ  ସକାର କରିବାକୁ ହେଲେ ଆମକୁ ଏକଜୁଟ୍ ହୋଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

{"id":737790,"width":809,"height":826,"sizeSlug":"full","linkDestination":"none"}

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ବତନ୍ତ୍ରତା ସୁରକ୍ଷାବଳ, ସମ୍ବିଧାନ ନିର୍ମାତା ଏବଂ ବୀର ଯବାନଙ୍କୁ ଟ୍ବିଟ୍ କରି ନମସ୍କାର କରିଛନ୍ତି । ଗଣତନ୍ତ୍ରର ରକ୍ଷା ଓ ମଜବୁତ୍ କରିବାକୁ ଅମିତ୍ ଶାହା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.