ଓସଡାମାର ସାମୁଦ୍ରିକ ବିପର୍ଯ୍ୟୟ ପ୍ରଶମନ ତାଲିମ ଦେଖିଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧି ଦଳ

Published By : Prameya-News7 Bureau | September 30, 2021 IST

କୋଣାର୍କ, ୩୦।୯:  ଆଜି ପୁରୀଜିଲ୍ଲା ରାମଚଣ୍ଡୀ ଠାରେ ଓସଡାମା ଦ୍ୱାରା ଆୟୋଜିତ ସାମୁଦ୍ରିକ ବିପର୍ଯ୍ୟୟ ପ୍ରଶମନ କୌଶଳ ଦକ୍ଷତା ପ୍ରଦର୍ଶନୀକୁ ଉପକୂଳ ଭାରତର ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଂଚଳର  ୨୨ଜଣ ସଚିବ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । ଓସଡାମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ କମଳ ଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କୌଶଳ ପ୍ରଦର୍ଶନୀରେ କୁଶଭଦ୍ରା ନଦୀରେ ଓସଡାମାର ଯବାନମାନେ ପାୱାର ବୋଟ ଚାଳନା, ନଦୀ ଜଳରେ ଭିନ୍ନ ଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଓଡ୍ରାଫ ଟିମର ଅନୁଭୂତି ସମ୍ପର୍କରେ ଏହି ପ୍ରଶାସନିକ ଅଧିକାରୀମାନଙ୍କୁ ଓଡ୍ରାଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୁଝାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.