ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ନାମରେ ସାମ୍ବାଦିକମାନେ ଦେଲେ ଏତଲା

Published By : Prameya-News7 Bureau | June 23, 2019 IST

ଆଠଗଡ୨୩|୬: ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ନାମରେ ଆଠଗଡର ଗଣମାଧ୍ୟମ ପ୍ରତିନିଧିମାନେ ଆଜି ଆଠଗଡ ଥାନାରେ ଏତଲା ଦେଇଛନ୍ତି । ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ସାମ୍ବାଦିକମାନେ ଭିକାରୀ ବୋଲି ସୋସିଆଲ ମେଡିଆରେ ଗତ ୧୬ତାରିଖ ଦିନ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଆଠଗଡର ସମସ୍ତ ସାମ୍ବାଦିକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । ଆଜି ଅପରାହ୍ନରେ ସମସ୍ତ ସାମ୍ବାଦିକ ଆଠଗଡ ଥାନାରେ ପହଂଚି ଡିଏଫଓଙ୍କ ନାମରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.