vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଅନୁଗୋଳ ମେଡିକାଲରେ ଆଖି ଗାଏବ ରହସ୍ୟର ଖୋଲିଲା ଗୁମର, ଜାଣନ୍ତୁ କେମିତି ଆଖି ହୋଇଥିଲା ଅଦୃଶ୍ୟ

26/07/2019 at 12:30 PM

ଅନୁଗୋଳ ୨୬|୭: ଅନୁଗୋଳ ମେଡିକାଲ ଶବାଗୃହରୁ ଦୁଇଟି ଶବରୁ ଆଖି ଗାଏବ ଘଟଣାରେ ରିପୋର୍ଟ ଆସିଛି । ସେଫଟି ସେମିଆ ରୋଗ ଯୋଗୁଁ ପ୍ରିତି ଗୋଛାୟାତର ଆଖି ନଷ୍ଟ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେହିପରି କୁଶକିଳା ଗାଁର ଜମ୍ବେଶ୍ଵର ନାଏକଙ୍କ ଆଖି ଦୁର୍ଘଟଣାରୁ ନଷ୍ଟ ହୋଇଛି । ଦୁଇଟି ରିପୋର୍ଟକୁ ପୋଲିସକୁ ପ୍ରଦାନ କରାଯାଇଛି । ଏନେଇ ଅନୁଗୋଳ ସିଡିଏମଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ନୂଆହତାର ପ୍ରୀତି ଗୋଛୟତ ନାମକ ଶିଶୁର ମୃତ୍ୟୁ ହୋଇଥିଲା । ତାପର ଦିନ ଶବ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଶିଶୁଟିର ଆଖି ନଥିବା ପରିବାରଲୋକ ଦେଖିବାକୁ ପାଇନଥିଲେ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ଗତ ୨୨ତାରିଖରେ ଜମ୍ବେଶ୍ବର ନାୟକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଅନୁଗୋଳ ଶବାଗାରରେ ମୃତଦେହ ରଖାଯାଇଥିଲା । ତାପର ଦିନ ପୋଷ୍ଟମର୍ଟମ କରିବାକୁ ମୃତଦେହ କାଢିବା ପରେ ଡାହାଣ ଆଖି ନଥିବା ଦେଖିବାକୁ ମିଳିଥିଲା । ଆଖି ପତ୍ତା ମଧ୍ୟ ନଷ୍ଟ ହୋଇଯାଇଥିଲା । ଫଳରେ ମେଡିକାଲରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଥିଲା ।

   Related Posts