କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ ବୁଥ୍‌ରେ ସାନି ମତଦାନ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଭୋଟିଂ

Published By : Prameya-News7 Bureau | May 23, 2024 IST

ବୌଦ୍ଧ ୨୩।୫: କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ୍‌ରେ ଆରମ୍ଭ ହୋଇଛି ସାନି ମତଦାନ । ବୁଥ୍ ନମ୍ବର ୨୬ ଓ ବୁଥ୍ ନମ୍ବର ୨୮ରେ ପୁନଃ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ । ଗତ ମେ' ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥ୍‌ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେବା ସହ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି । 

ଦୁଇଟି ବୁଥ୍‌ରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମତଦାନ କରି ରହିଥିବା ବେଳେ ସୁରୁଖୁରୁରେ ମତଦାନ କରିବା ପାଇଁ ଉଭୟ ବୁଥ୍‌ରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଦୁଇ କମ୍ପାନୀ CRPF ଫୋର୍ସ ମୁତୟନ କରାଯାଇଛି । ଏହା ବ୍ୟତୀତ ମହେଶ୍ବରପିଣ୍ଡା ଏବଂ କିରାସୀରା ବୁଥର ନିର୍ବାଚନ ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିସାରିଥିବା ବେଳେ ମହେଶ୍ୱର ପିଣ୍ଡା ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରାଯାଇଛି । ଗତ ମେ' ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗୋଟିଏ ବୁଥରେ ହଠାତ ପୋଲିଂ ଅଧିକାରୀ ବୁଥ୍‌ ବନ୍ଦ କରିଦେଇଥିଲେ । ଏଥିସହ ମତଦାତାମାନଙ୍କୁ ଫେରାଇ ଦେଇଥିଲେ ।

You Can Read :

ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ଗାଡିମୋଟର ଯାଞ୍ଚ କଡାକଡି


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.