ବାରମ୍ବାର କୋଭିଡ-୧୯ ସଂକ୍ରମଣ ହୋଇପାରେ ଅଙ୍ଗ ନଷ୍ଟ ସହ ମୃତ୍ୟୁର କାରଣ: ଅଧ୍ୟୟନ

Published By : Prameya-News7 Bureau | November 11, 2022 IST

ୱାସିଂଟନ ୧୧।୧୧: ସାର୍ସ ସିଓଭି-୨ ଭୂତାଣୁ ଦ୍ୱାରା ବାରମ୍ବାର ସଂକ୍ରମିତ ହେବା ଦ୍ୱାରା ଶାରୀରିକ ଅଙ୍ଗ ଖରାପ ହେବା ସାଙ୍ଗକୁ ମୃତ୍ୟୁର ବିପଦ ବଢାଇଥାଏ। ଏକ ଅଧ୍ୟୟନରୁ ପ୍ରଥମ ଥର ଏହା ଜଣାପଡିଛି। ଅଧ୍ୟୟନରେ ଲୋକଙ୍କୁ ବାରମ୍ବାର ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କ କରାଯାଇଛି। ଏହି ଗବେଷଣା ରିପୋର୍ଟ ଗୁରୁବାର ‘ନେଚର ମେଡିସିନ’ ପତ୍ରିକାରେ ପ୍ରକାଶିତ ହୋଇଛି। ଯେଉଁଥିରେ ବାରମ୍ବାର କୋଭିଡ-୧୯ରେ ସଂକ୍ରମିତ ହେବା ଯୋଗୁ ଅନେକ ଅଙ୍ଗକୁ ପ୍ରଭାବିତ କରିବାର ଆଶଙ୍କା କରାଯାଇଛି।

ଗବେଷକମାନେ କହିଛନ୍ତି ଯେ ଏହା ଦ୍ୱାରା ହସ୍ପିଟାଲରେ ଭର୍ତ୍ତି ହେବାର ବିପଦ ବଢିବା ସହ ଫୁସଫୁସ୍, ହୃଦୟ, ମସ୍ତିଷ୍କ, ଶରୀରର ରକ୍ତ ଓ ମସ୍କୁଲୋସ୍କେଲଟେଲ (ଏହି ସିଷ୍ଟମର ହାଡ, କାର୍ଟିଲେଜ, ଗଣ୍ଠି, ସ୍ନାୟୁ ଓ ସଂଯୁକ୍ତ ଟିସ୍ୟୁକୁ ଗଠିତ)ଏହା ଛଡା ଜଠରାନ୍ତ୍ର ପ୍ରଣାଳୀ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ସତର୍କ କରିଛନ୍ତି।

{"id":707971,"sizeSlug":"full","linkDestination":"none"}

ସେହିପରି ପୁଣି ଥରେ ସଂକ୍ରମିତ ହେବା ଯୋଗୁ ଡାୟବେଟିଜ୍, କିଡନୀ ରୋଗ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରସଙ୍ଗ ସାମ୍ନାକୁ ଆସିପାରେ। ୱାସିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନରେ ଅଧ୍ୟୟନର ବରିଷ୍ଠ ଲେଖକ  ଜିୟାଦ ଅଲ-ଅଲି କହିଛନ୍ତି ଯେ ଗତ କିଛି ମାସ ହେଲା ସଂକ୍ରମଣ ମୁକ୍ତ ହୋଇଥିବା ଓ ଟିକାକରଣ କରିଥିବା ଲୋକେ ସଂକ୍ରମଣ ପ୍ରତି ଅଧିକ ବେପରୁଆ ରହୁଛନ୍ତି।

ତେବେ ଗବେଷଣାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥବାର ସଂକ୍ରମିତ ହେବା ଦ୍ୱାରା ଅତିରିକ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ରିସ୍କି ବଢି ଯାଉଥିବା ନିସନ୍ଦେହରେ କୁହାଯାଇପାରେ। ସେହିପରି ପ୍ରତି ଥର ସଂକ୍ରମଣରେ ଜୀବନ ପ୍ରତି ବିପଦ ମଧ୍ୟ ବଢି ବଢି ଯାଉଛି। ଏଣୁ ଅଲ-ଅଲି କହିଛନ୍ତି ଯେ ଯଦି ଆପଣ ଦୁଇ ଥର କୋଭିଡରେ ସଂକ୍ରମିତ ହୋଇଛନ୍ତି ତେବେ ତୃତୀୟ ଥର ଯେପରି ସଂକ୍ରମିତ ନ ହୁଅନ୍ତି ସତର୍କ ହୁଅନ୍ତୁ। ସେହିପରି ପ୍ରତି ପରବର୍ତ୍ତି ସଂକ୍ରମଣ ଲାଗି ମଧ୍ୟ ସଜାଗ ରୁହନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.