ରେଣୁକାସ୍ବାମୀ ହତ୍ୟା ମାମଲା; ଚାର୍ଜସିଟରେ ଚାଞ୍ଜଲ୍ୟକର ଖୁଲାସା ...ପୀଡିତାଙ୍କ ପ୍ରାଇଭେଟ୍ ପାର୍ଟରେ ଦିଆଯାଇଥିଲା ଇଲେକ୍ଟ୍ରିକ୍ ସକ୍

Published By : Prameya-News7 Bureau | September 05, 2024 IST

ମୁମ୍ଵାଇ ୦୫।୦୯: ରେନୁକାସ୍ୱାମୀ ହତ୍ୟା ମାମଲାରେ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଏହି ମାମଲାର ଏକ ଲମ୍ବା ଚାର୍ଜସିଟ୍ ଦାଖଲ କରାଯାଇଛି। ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଏଥିସହ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦର୍ଶନ ନୁହେଁ ବରଂ ପବିତ୍ରା। ମାମଲାର ଚାର୍ଜସିଟରେ ଅନେକ ଜିନିଷକୁ ବିଚାରକୁ ନିଆଯାଇଛି ଏବଂ ସତ୍ୟକୁ ଆଣିବାକୁ ଚେଷ୍ଟା କରାଯାଇଛି।

ଚାର୍ଜସିଟରେ କ’ଣ ଅଛି?

ରେନୁକାସ୍ୱାମୀ ହତ୍ୟା ମାମଲାର ଚାର୍ଜସିଟ୍ ବିଷୟରେ ଆଲୋଚନା କରି ବେଙ୍ଗାଲୁରୁ ପୋଲିସ ବୁଧବାର ୧୭ ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ପୋଲିସର ସୂଚନାନୁସାରେ, ଏହି ଚାର୍ଜସିଟରେ ୨୩୧ ଜଣ ସାକ୍ଷୀଙ୍କ ବିବୃତ୍ତି ରହିଛି। ଏହା ବ୍ୟତୀତ ଟେକନିକ୍‌ ଏବଂ ଇଲୋକଟ୍ରୋନିକ ପ୍ରମାଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ କରାଯାଇଛି ।ପୋଲିସ ୨୪୯ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୩୯୯୧ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଅନେକ ଜିନିଷ ମଧ୍ୟ ସାମ୍ନାକୁ ଆସିଛି।

ଆଶ୍ଚର୍ଯ୍ୟଜନକ ବିଷୟ କ’ଣ?

ଦାଖଲ ହୋଇଥିବା ଚାର୍ଜସିଟରେ କୁହାଯାଇଛି ଯେ ରେଣୁକାସ୍ୱାମୀଙ୍କ ହତ୍ୟା ପାଇଁ ମାନବିକତାର ସୀମା ଅତିକ୍ରମ କରାଯାଇଛି। ଚାର୍ଜସିଟରେ କୁହାଯାଇଛି ଯେ ଅଭିଯୁକ୍ତମାନେ ରେନୁକସ୍ୱାମୀଙ୍କୁ ବହୁତ ଖରାପ ଭାବରେ ନିର୍ଯାତନା ଦେଇଛନ୍ତି। ପୀଡିତାଙ୍କ ପ୍ରାଇଭେଟ ପାର୍ଟରେ ଇଲେକଷ୍ଟ୍ରି ଶକ୍ ଦିଆଯାଇଥିଲା। ଯେଉଁଥି ପାଇଁ ଏକ ମେଗର୍ ମେସିନ୍ ବ୍ୟବହାର କରାଯାଇଥିଲା । 

ରେନୁକସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସମସ୍ତ ସୀମା ପାର

ଏହା ବ୍ୟତୀତ ରେନୁକାସ୍ବାମୀଙ୍କୁ ଅତ୍ୟଧିକ କ୍ରୁରତା କରାଯାଇଛି ବୋଲି କୁହାଯାଇଛି। ଏହା ବ୍ୟତୀତ ରେନୁକାଙ୍କ ରକ୍ତ ଦାଗ ମଧ୍ୟ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପୋଷାକରେ ଦେଖିବାକୁ ମିଳିଥିଲା। ଏହି ଲୋକଙ୍କ ମଧ୍ୟରେ ପବିତ୍ରାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହି ସମସ୍ତ ଜିନିଷ FSL ରିପୋର୍ଟ ଦ୍ୱାରା ନିଶ୍ଚିତ ହୋଇଛି ।  

ପବିତ୍ରା ମୁଖ୍ୟ ଅଭିଯୁକ୍ତ

ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ଦର୍ଶନ ନୁହେଁ ବରଂ ପବିତ୍ରା ଗୌଡା ହିଁ ମୁଖ୍ୟ ଅଭିଯୁକ୍ତ। ପବିତ୍ରା କେବଳ ଏହି ଅପରାଧରେ ସମ୍ପୃକ୍ତ ଏବଂ ଷଡଯନ୍ତ୍ର କରିଥିବା ଅଭିଯୋଗ ନୁହେଁ ବରଂ ଅନ୍ୟ ଲୋକଙ୍କୁ ଏହା କରିବାକୁ ପ୍ରବର୍ତ୍ତାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାରେ ୫୬ ଜଣ ପୋଲିସ କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ପୋଲିସ କହିଛି ଯେ ପ୍ରମାଣ ଆଧାରରେ ୧୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.