ବିଶିଷ୍ଟ ଉର୍ଦ୍ଦୁ କବି ମୁନୱର ରାଣା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି; ଡାକ୍ତର କହିଲେ- ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

Published By : Prameya-News7 Bureau | May 25, 2023 IST

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଉର୍ଦ୍ଦୁ କବି ତଥା ଗଜଲ ଲେଖକ ମୁନୱର ରାଣାଙ୍କୁ ଗୁରୁତର ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବା ବେଳେ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି। ଏନେଇ ଗୁରୁବାର ମୁନୱରଙ୍କ ଝିଅ ସୁମାୟା ରାଣା ସୂଚନା ଦେଇଛନ୍ତି।

ଗୁରୁବାର ଭୋର ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଲକ୍ଷ୍ନୌର ଅପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଝିଅ ସୁମାୟା ରାଣା ଗୁରୁବାର ଭୋର ୩.୩୦ରେ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି।

ସୋମାୟା କହିଛନ୍ତି “ଡାଏଲିସିସ୍ ସମୟରେ ମୁୱରଙ୍କ ପେଟର ଭୀଷଣ ଯନ୍ତ୍ରଣା ହୋଇଥିଲା। ଡାକ୍ତରମାନେ ସିଟି ସ୍କାନ କରିବା ପରେ ତାଙ୍କ ଗଲ୍ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ଅପରେସନ କରାଯାଇଛି। ସଂକ୍ରମଣ ନ ହେବା ପାଇଁ ଡାକ୍ତର ଦେଖାରେଖାରେ ବାପାଙ୍କ ଚିକିତ୍ସା ଚାଲିଛି।” ପରବର୍ତ୍ତୀ ୭୨ ଘଣ୍ଟା ପାଇଁ ତାଙ୍କ ପାଇଁ ଘଡ଼ସନ୍ଧୀ ମୁହୂର୍ତ୍ତ ବୋଲି ଡାକ୍ତର କହିଥିବା ସୋମାୟା ସୂଚନା ଦେଇଛନ୍ତି।

ସୂଚନା ଥାଉକି ମୁନୱର ରାଣା ଭାରତ ପ୍ରତିଷ୍ଠିତ ଉର୍ଦ୍ଦୁ କବି ହେବା ସହିତ ତାଙ୍କ ଶାୟରୀ ବେସ୍ ଲୋକପ୍ରିୟ। ଉର୍ଦ୍ଦୁ ସାହିତ୍ୟରେ ବଳିଷ୍ଠ ଅବଦାନ ଯୋଗୁ ୨୦୧୪ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଆକାଡେମୀ ଆୱର୍ଡ ଦିଆଯାଇଥିଲା। ହେଲେ ଦେଶର ଅସହିଷ୍ଣୁତା ବଢିଥିବା ଦାବି କରେ ସେ ଏହି ପୁରସ୍କାରକୁ ଅସ୍ୱୀକାର କରିଥିଲେ। ସେହିପରି ଅନେକ ବିବାଦୀୟ ବୟାନ ଦେଇ ମୁନୱର ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ବିଜେପି ସରକାରଙ୍କୁ ସେ ଖୁଲମଖୁଲା ସମାଲୋଚନା କରିଥାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.