ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକାର ପଦ୍ମ ଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ
13/10/2018 at 1:11 PM

ମୁମ୍ବାଇ ୧୩|୧୦: ପ୍ରସିଦ୍ଧ ହିନ୍ଦୁସ୍ତାନୀ ସଙ୍ଗୀତକାର ତଥା ପଦ୍ମ ଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ପରଲୋକ ହୋଇଛି। ଗତ ରାତି ୩ ଟା ୫୧ମିନିଟ୍ ରେ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ବା,ସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଅନ୍ନପୂର୍ଣ୍ଣା ଦେବୀଙ୍କର ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।
ପଦ୍ମ ଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ଜନ୍ମ ୧୯୨୭ ମସିହା ଅପ୍ରିଲ ୨୩ତାରିଖରେ ମଧ୍ୟପ୍ରଦେଶର ମୈହରରେ ହୋଇଥିଲା। ସେ ପ୍ରଥମେ ଘରେ ତାଙ୍କ ବାପା ଉସ୍ତାଦ୍ ଅଲ୍ଲାଉଦ୍ଦିନ୍ ଖାନଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ। ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟରେ ଆଶିଷ ଖାନ୍ (ସରୋଦ୍), ଅମିତ ଭଟ୍ଟାଚାର୍ଯ୍ୟ (ସରୋଦ୍), ବାହାଦୂର ଖାନ୍ (ସରୋଦ୍), ବସନ୍ତ କାବରା (ସରୋଦ୍) ଏବଂ ହରିପ୍ରସାଦ ଚୌରାସିଆ (ବଂଶୁରୀ) ପ୍ରମୁଖ ଥିଲେ ।
ଅନ୍ନପୂର୍ଣ୍ଣା ଦେବୀ ୧୯୪୧ମସିହାରେ ପ୍ରଖ୍ୟାତ ସଙ୍ଗୀତକାର ପଣ୍ଡିତ ରବି ଶଙ୍କରଙ୍କୁ ବିବାହ କରିଥିଲେ। ସୁଭେନ୍ଦ୍ର ଶଙ୍କର ତାଙ୍କର ଏକମାତ୍ର ପୁଅ । ପରେ ସେ ୧୯୮୨ ମସିହାରେ ରୁଷିକୁମାର ପାଣ୍ଡ୍ୟାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ରୁଷିକୁମାର ଜଣେ ମ୍ୟାନେଜମେଣ୍ଟ କନସଲଟାଣ୍ଟ ଥିଲେ । ୨୦୧୩ ମସିହାରେ ରୁଷିକୁମାରଙ୍କ ମୃତ୍ୟୁ ହୋଇଥିଲେ।
୧୯୭୭ମସିହାରେ ତାଙ୍କୁ ପଦ୍ମ ଭୂଷଣ ଉପାଧି ଦିଆଯାଇଥିଲା । ୧୯୯୧ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।