ଅଗ୍ନି ମିସାଇଲର ଜନକ ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କ ପରଲୋକ

Published By : Prameya-News7 Bureau | August 15, 2024 IST

internet

ନୂଆଦିଲ୍ଲୀ: ପ୍ରଖ୍ୟାତ ଡିଆର୍‌ଡିଓ ମିସାଇଲ ତଥା ଅଗ୍ନି ମିଶାଇଲ୍‌ର ଜନକ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କର ପରଲୋକ ହୋଇଛି। ଗୁରୁବାର ହାଇଦ୍ରାବାଦର ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବାଦ ଦୂରାଗାମୀ ବାଲିଷ୍ଟିକ୍ ମିଶାଇଲ କାର୍ଯ୍ୟକ୍ରମରେ ବି ତାଙ୍କର ଅବଦାନ ରହିଛି।   

ଭାରତର କ୍ଷେପଣାସ୍ତ୍ର କ୍ଷମତା ଗଠନରେ ଅଗ୍ରୱାଲ ପ୍ରମୁଖ ଭୂମିକା ନେଇଥିଲେ। ଅଗ୍ନି ମିଶାଇଲର ପ୍ରଥମ ନିର୍ଦ୍ଦେଶକ ଭାବେ ଏହାର ବିକାଶ କ୍ଷେତ୍ରରେ ସେ ଅନେକ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟ କରିଛନ୍ତି। ତାଙ୍କର ନେତୃତ୍ୱ ଏବଂ ଦୂରଦର୍ଶୀତା ପାଇଁ ତାଙ୍କୁ ଅଗ୍ନି ମ୍ୟାନ୍‌ ବୋଲି କୁହାଯାଏ।

ଅଗ୍ନି ମିସାଇଲର ଜନକଙ୍କ ବିଷୟରେ ଆସନ୍ତୁ ଜାଣିବା

୧୯୮୩ ମସିହାରେ ଆରମ୍ଭରୁ ୨୦୦୫ ରେ ଅବସର ନେବା ପର୍ଯ୍ୟନ୍ତ ଡ ଅଗରୱାଲ ଭାରତର ଅଗ୍ନି କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସେ ଅଗ୍ନି କ୍ଷେପଣାସ୍ତ୍ରର ବିଭିନ୍ନ ସଂସ୍କରଣର ବିକାଶରେ ନେତୃତ୍ୱ ନେବା ସହ ୫୦୦୦ କିମି ଟାର୍ଗେଟ କରିପାରୁଥିବା ‘ଅଗ୍ନି ଭି’ ମିସାଇଲ ସଫଳ ଟେଷ୍ଟିଂ ପର୍ଯ୍ୟନ୍ତ ଦାୟିତ୍ୱ ବହନ କରିଥିଲେ। 

୧୯୮୩ରେ ଅଗ୍ନି ମିସାଇଲ ପ୍ରୋଗାମର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ କାମ କାମ କରୁଥିଲେ ଶ୍ରୀ ଅଗରୱାଲ। ତାଙ୍କ ନେତୃତ୍ୱରେ ଟେକ୍ନୋଲୋଜି ପ୍ରଦର୍ଶନକାରୀ କ୍ଷେପଣାସ୍ତ୍ର ୧୯୮୯ ମେ ମାସରେ ସଫଳତାର ସହ ପରୀକ୍ଷଣ କରାଯାଇଥିଲା।  ଏହା ପରଠାରୁ ଅଗ୍ନି କ୍ଷେପଣାସ୍ତ୍ରର ଅନେକ ସଂସ୍କରଣ ବିକଶିତ ହୋଇ ଭାରତର ପ୍ରତିରକ୍ଷା ଅସ୍ତ୍ରରରେ ସାମିଲ ହୋଇଛି।

୧୯୪୧ ଜୁଲାଇ ୨୪ରେ ଜୟପୁରର ଏକ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିବା ଡ. ଅଗରୱାଲ। ଏମଆଇଟିରୁ ସେ ନିଜର ଏରୋନେଟିକାଲ ଇଞ୍ଜିନିୟରିଂ ଡିଗ୍ରୀ ପାସ କରିଥିଲେ। ବେଙ୍ଗାଲୁରୁ ଆଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିଲେ। ରାଜସ୍ଥାନ ୟୁନିଭର୍ସିଟିରୁ ସେ ଡକ୍ଟରେଟ ପାଇଥିଲେ। ତାଙ୍କ କ୍ୟାରିୟରରେ ସେ ଆତ୍ମନିର୍ଭରଶୀଳତା ଓ ମିସାଇଲ ଟେକ୍ନୋଲୋଜୀ ବିଷୟରେ ବିଭିନ୍ନ କଲେଜ୍‌ରେ ଶିକ୍ଷା ପ୍ରଧାନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.