ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ସ୍ଥଗିତ ରଖିଲା ଏଏସଆଇ, ଅପରାହ୍ନରେ ବସିବ ବୈଠକ

Published By : Prameya-News7 Bureau | November 16, 2023 IST

ପୁରୀ ୧୬।୧୧: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ଏଏସଆଇ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ । କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଛି । ତେବେ ନାଟମଣ୍ଡପ ମରାମତି ପାଇଁ ଗରୁଡ଼ଙ୍କ ପାଖରୁ ଭିତର କାଠ ପର୍ଯ୍ୟନ୍ତ ଲୁହାଭାରା ବନ୍ଧାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇର ଅନୁମତି ଲୋଡିଛି ।

ଦିନକୁ ୬ ଘଣ୍ଟା ଲେଖାଏଁ କାର୍ଯ୍ୟକରି ୧୨୦ ଦିନରେ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ କେଉଁ ସମୟରେ ଏଏସଆଇକୁ ମରାମତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ତାହା ଉପରେ ଅପରାହ୍ନରେ ବିସ୍ତୃତ ଆଲୋଚନା ହୋଇପାରେ ।

You Can Read:

wp:embed {"url":"https://www.prameyanews7.com/bhadrak-police-caught-road-romeo-from-kalipuja/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhadrak-police-caught-road-romeo-from-kalipuja/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.