scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନବୀକରଣ ହେଉଛି ତିହାର ଜେଲ ଫାଶୀ ଘର, ଏପରି ଦଣ୍ଡିତ ହେବେ ନିର୍ଭୟା ଅପରାଧୀ

13/12/2019 at 7:23 PM

ନୂଆଦିଲ୍ଲୀ ୧୩।୧୨: ନିର୍ଭୟା ଅପରାଧୀଙ୍କ ଦଣ୍ଡବିଧାନ ଲାଗି ଦିଲ୍ଲୀ ତିହାର ଜେଲରେ ଏବେ ଜୋରସୋର ପ୍ରସ୍ତୁତି ଚାଲିଛି। ଜେଲ ନମ୍ବର ୩ରେ ଫାଶୀ ବିଧାନ ଲାଗି ବ୍ୟବସ୍ଥା ରହିଛି। ହେଲେ ଏଠାରେ ଏକକାଳୀନ ୨ ଜଣଙ୍କୁ ଦଣ୍ଡିତ କରାଯିବାର ବ୍ୟବସ୍ଥା ଥିବାରୁ ଏବେ ଏହାର ନବୀକରଣ କରାଉଛନ୍ତି କର୍ତ୍ତୃପକ୍ଷ । ଏଥିରେ ପ୍ଲାଟଫର୍ମକୁ ଅଧିକ ଚୌଡା କରାଯାଉଛି। ଯଦି ଆବଶ୍ୟକ ପଡେ ତେବେ ୪ ଅପରାଧୀଙ୍କୁ ଏକକାଳୀନ ଦଣ୍ଡବିଧାନ କରାଯିବ।

ମିଳିଥିବା ସୂଚନା ଅନୁସାରେ ନିର୍ଭୟା ଅପରାଧୀଙ୍କ ଦଣ୍ଡିବିଧାନ ଲାଗି ତିହାର ଜେଲ କର୍ତ୍ତୃପକ୍ଷ ୪ ହଳ ରଶି ମଗାଇଛନ୍ତି। ସଫ୍ଟ କଟନରେ ପ୍ରସ୍ତୁତ ଏହି ରଶିକୁ ଦଣ୍ଡବିଧାନ ଲାଗି ଉପଯୁକ୍ତ କରିବା ନିମନ୍ତେ ଲହୁଣୀ ଓ ମହମ ଲଗାଯାଏ। ମାମଲାରେ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। କୋର୍ଟ ଡିସେମ୍ବର ୧୭ ତାରିଖରେ ପିଟିସନ ଶୁଣାଣି କରିବାକୁ ଥିବା ବେଳେ ଅପରାଧୀଙ୍କ ତୁରନ୍ତ ଦଣ୍ଡବିଧାନ ନିମନ୍ତେ ନିର୍ଭୟାଙ୍କ ମାଙ୍କ ନିବେଦନର ଶୁଣାଣି ଡିସେମ୍ବର ୧୮ ତାରିଖକୁ ଟଳିଛି। ଏଣୁ ଆଶା କରାଯାଉଛି ଏହି ଦିନ ହିଁ କୋର୍ଟ ନିର୍ଭୟା ଅପରାଧୀଙ୍କ ଡେଥ ୱାରେଣ୍ଟ ଜାରି ହେବାର ଅନୁମାନ କରାଯାଉଛି।  

ତିହାର ଜେଲରେ ଦୀର୍ଘ ୬ ବର୍ଷ ପରେ ପୁଣି ମୃତ୍ୟୁଦଣ୍ଡାଦେଶ ନିର୍ବାହ କରାଯିବ। ଏହା ପୂର୍ବରୁ ୯ ଫେବୃଆରୀ ୨୦୧୩ରେ ଶେଷ ଥର ଏଠାରେ ଦଣ୍ଡବିଧାନ କରାଯାଇଥିଲା। ସଂସଦ ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଅପରାଧୀ ଅଫଜଲ ଗୁରୁକୁ ଦଣ୍ଡିତ କରାଯାଇଥିଲା। ତେବେ ସେତେବେଳେ ଜଣେ ଅପରାଧୀ ଦଣ୍ଡିତ ହେବାକୁ ଥିବା ବେଳେ ଏବେ ଏକକାଳୀନ ୪ ଜଣ ଅପରାଧୀଙ୍କୁ ଦଣ୍ଡିତ କରାଯିବ।

   Related Posts