ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚୋର ଧରିବାକୁ ପୋଲିସ ନାକେଦମ : ଦୀର୍ଘ ୫ ଘଣ୍ଟା ପରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ, ପୋଲିସ ଉପରକୁ କରିଥିଲା ବୋମାମାଡ

14/06/2020 at 1:21 PM

ରେମୁଣା ୧୪।୬: ଦୀର୍ଘ ୫ ଘଣ୍ଟାର କସରତ ପରେ କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତକୁ କାବୁ କଲା ରେମୁଣା ପୋଲିସ । ସୂଚନା ଅନୁଯାୟୀ ରେମୁଣା ସାମୁରାଇପୁର ଗାଁର ଈଶ୍ବର ମହାଳିକ ନାମକ ଯୁବକ ନାଁରେ ୪୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଏକ ଡକାୟତି ଘଟଣାର ପୋଲିସ ତଦନ୍ତ କରୁଥିବା ସମୟରେ ରେମୁଣା ପୋଲିସ ତା ଘର ଉପରେ ତୀକ୍ଷ୍ଣ ନଜର ରଖିଥିଲା ।

ଶନିବାର ରାତିରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସେ ଘରେ ଥିବା ଖବର ପାଇ ଆଜି ଭୋର ୫ଟା ସମୟରେ ମନୋଜ କୁମାର ରାଉତ (ଡିଏସପି କ୍ରାଇମ୍), ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ସହଦେବ ଖୁଣ୍ଟା ଆଇଆଇସି କୃଷ୍ଣ ଚନ୍ଦ୍ର ପଲାଇ ଦୁଇ ସେକ୍ସନ ପୋଲିସ ଫୋର୍ସ ସହିତ ସାମୁରାଇପୁର ସ୍ଥିତ ଈଶ୍ବରର ଘରେ ଚଢାଉ କରିଥିଲେ । ତେବେ ଈଶ୍ବର ନିଜ ଘର ଦୁଇ ମହଲା ଛାତ ଉପରକୁ ଯାଇ ପୋଲିସ ଉପରକୁ ସୁତୁଲି ବୋମା ଫୋପାଡିବା ସହିତ ଟେକା ପଥର ମାଡ କରିଥିଲା । ଏଥିରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ଦେଖାଯାଇଛି ।

ପୋଲିସର ସମସ୍ତ ଉଦ୍ୟମ ବିଫଳ ହେବା ପରେ ଡିଏସପି ଆଇଆଇ ସି ଲୁଟେରାକୁ ଆତ୍ମସମର୍ପଣ ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ବୁଝାଇବା ପରେ ସେ ବାହାରକୁ ଆସିଥିଲା । ସକାଳ ୯ଟା ୩୦ ମିନିଟ ସମୟରେ ବାହାରକୁ ଆସିବା ସଙ୍ଗେ ସଙ୍ଗେ ପୋଲିସ ତାକୁ ଗିରଫ କରି ଗାଡିରେ ନେଇ ଯାଇଥିଲେ । ତଦନ୍ତ ପରେ ଏହି ଘଟଣା ସମ୍ପୃକ୍ତ ଥିବା ଅନ୍ୟ ଅପରାଧିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି (କ୍ରାଇମ୍) କହିଥିଲେ ।

   Related Posts