ବିଶିଷ୍ଟ ଡ୍ୟାନ୍ସର-କୋରିଓଗ୍ରାଫର ରେମୋ ଡି-ସୁଜାଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧/୧୨: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଲୋକପ୍ରିୟ ଡ୍ୟାନ୍ସର-କୋରିଓଗ୍ରାଫର ରେମୋ ଡି-ସୁଜା ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମନୋରଞ୍ଜନ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁସାରେ ରେମୋଙ୍କୁ ହୃଦଘାତ ହୋଇଥିବା ବେଳେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି।

ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ। ରେମୋ ଡି-ସୁଜା ବଲିଉଡ୍‌ରେ ଜଣେ କୋରିଓଗ୍ରାଫର ଭାବେ ଡେବ୍ୟୁ କରିଥିଲେ। କୋରିଓଗ୍ରାଫରରୁ ନିର୍ଦେଶକ ହୋଇଥିବା ରେମୋ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିକଟରେ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି ମାଧ୍ୟମରେ ରେମୋ ଡି-ସୁଜା ଦର୍ଶକଙ୍କ ପାଇଁ କିଛି ନୂଆ କରିବାକୁ ପ୍ରୟାସ କରିଥିଲେ।

ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି ଡ୍ୟାନ୍ସ ଉପରେ ପର୍ଯ୍ୟବେସିତ। ଏଥିରେ ବରୁଣ ଧାଓ୍ବନ, ଶ୍ରଦ୍ଧା କପୁର, ନୋରା ଫତେହି, ଓ ପ୍ରଭୁ ଦେବାଙ୍କୁ ନେଇ ତିଆରି ହୋଇଥିବା ବେଳେ ଡ୍ୟାନ୍ସ ମାମଲାରେ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି। ନିଜ ଫିଲ୍ମ ସହ ନିଜର ଷ୍ଟାଇଲ୍‌ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ରେମୋ ଡି-ସୁଜା । ତାଙ୍କର ହେୟାର ଷ୍ଟାଇଲ୍‌ ଓ ଡ୍ରେସ୍‌ ସେନ୍ସ ସବୁ ବେଳେ ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏଭଳି ଜଣେ ପ୍ରତିଭାବାନ କଳାକାରଙ୍କ ଅସୁସ୍ଥ ଖବର ଶୁଣି ବଡ଼ ବଡ଼ କଳାକାର ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରୁଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.