Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖୁବ୍‌ ଶୀଘ୍ର ଆସୁଛି ରିଆଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌, OTT ପ୍ଲାଟ୍‌ଫର୍ମରେ ହେବ ଷ୍ଟ୍ରିମ୍

8/06/2023 at 10:29 AM

ମୁମ୍ଵାଇ ୦୮।୦୬: ଅନେକ ଲୋକ ଅଛନ୍ତି ଯେଉଁମାନେ ଡ୍ୟାନ୍ସ ପାଇଁ ଖୁବ୍‌ ପାଗଳ। କିଛି ଲୋକ ଏଥିରେ ନିଜର କ୍ୟାରିଅର୍ କରିବା ଆରମ୍ଭ କରନ୍ତି । ଷ୍ଟାରପ୍ଲସ୍‌  ଲୋକପ୍ରିୟ ଡ୍ୟାନ୍ସ ଶୋ’ ଡ୍ୟାନ୍ସ ପ୍ଲସ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରେମୋ ଡି’ସୁଜାଙ୍କ ଏହି ରିଆଲିଟି ସୋ ବର୍ତ୍ତମାନ ଏହାର ନୂଆ ସିଜିନ୍‌ ସହିତ କମ୍‌ବ୍ୟାକ୍‌ କରୁଛି। ଏହି ଶୋ’ରୁ ଦେଶରେ ଅନେକ ନୂତନ ପ୍ରତିଭା ଏବଂ କୋରିଓଗ୍ରାଫର ମଧ୍ୟ ମିଳିଛି । ଏହି ଶୋ’ରେ ରେମୋ ଜଣେ ସୁପର ଜଜ୍ ଭୂମିକାରେ ଅଭିନୟ କରନ୍ତି। ଏହି ସିଜିନ୍‌ OTT ପ୍ଲାଟଫର୍ମ ଡିଜନି ପ୍ଲସ୍‌ ହଟଷ୍ଟାରରେ ଷ୍ଟ୍ରିମ୍ ହେବ। ଏହା ପ୍ରଥମ ଥର ପାଇଁ OTT ରେ ସିଧାସଳଖ ଏକ ଡ୍ୟାନ୍ସ ସୋ ଷ୍ଟ୍ରିମ୍ ହେବ ।

ଡ୍ୟାନ୍ସ ପ୍ଲସ୍‌ର ନୂଆ ସିଜିନ୍‌ ବିଷୟରେ କଥାବାର୍ତ୍ତା କରି ରେମୋ ଡି’ସୁଜା କହିଛନ୍ତି – ଏହି ଶୋ ମୋ ପାଇଁ ସର୍ବଦା ଦ୍ଵିତୀୟ ଘର ପରି । ମୁଁ ଏଠାକୁ ଆସିବା ପରେ ମୁଁ ବହୁତ ଖୁସି ଅନୁଭବ କରେ । ପ୍ରତିବର୍ଷ ଶୋ’ରେ ଆମକୁ  ବିଭିନ୍ନ ଡ୍ୟାନ୍ସର ଟାଲେଣ୍ଟ ଦେଖିବାକୁ ମିଳେ। ଆଜିର ପିଢିରେ ଡ୍ୟାନ୍ସ ପ୍ରତି ଏପରି ପ୍ରେମ ଏବଂ ଉତ୍ସାହ ଦେଖି ମୋତେ ଗର୍ବିତ ଲାଗେ। ଡିଜନି ପ୍ଲସ୍‌ ହଟଷ୍ଟାରର ଏହି ନୂଆ ସିଜିନରେ ଆମେ ଡ୍ୟାନ୍ସର ଭବିଷ୍ୟତ ପ୍ରଦର୍ଶନ କରିବୁ ।

କହିବାକୁ ଗଲେ ଡାନ୍ସ ପ୍ଲସର ମୋଟ ୬ଟି ସିଜନ୍ ଅନ ଏୟାର ହୋଇଛି। ଏହି ଶୋ’କୁ ରାଘବ ଜୁୟାଲ ହୋଷ୍ଟ କରି ଆସିଛନ୍ତି। ଲୋକମାନେ ତାଙ୍କ କମେଡି ଆଉ ହୋଷ୍ଟିଂକୁ ଖୁବ୍‌ ପସନ୍ଦ କରନ୍ତି । ଯେତେବେଳେ ଧର୍ମେଶ, ପୁନିତ୍‌ ଏବଂ ଶକ୍ତି ମୋହନ ଏହି ଶୋ’ରେ ଜଜ୍‌ ଭାବେ ନଜର ଆସନ୍ତି । ତେବେ ନିର୍ମାତା ଏହାର ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରିବେ ।

   Related Posts