Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିସୋଦିଆଙ୍କୁ ମନେ ପକାଇ କାନ୍ଦିଲେ କେଜରିଓ୍ଵାଲ, କହିଲେ- କ’ଣ ଥିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ?

7/06/2023 at 7:38 PM

ନୂଆଦିଲ୍ଲୀ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ। ବୁଧବାର ସିଟି ଭବନ ଅଞ୍ଚଳରେ ଏକ ନୂତନ ସ୍କୁଲର ଉଦଘାଟନ ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। କେଜ୍ରିଓ୍ଵାଲ କହିଛନ୍ତି, ଦିଲ୍ଲୀ ସ୍କୁଲଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଘଟିବ ଏବଂ ଭିତ୍ତିଭୂମି ଦୃଢ କରିବା ସିସୋଦିଆଙ୍କ ସ୍ଵପ୍ନ ଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଂପ୍ରତି ଆପ୍‌ର ଏହି ନେତା ତିହାର ଜେଲ୍‌ରେ ଅଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଗିରଫ ହେବା ପରେ ସିସୋଦିଆ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ବିଜେପିର ଲୋକେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଆସିଥିବା ବିପ୍ଳବକୁ ସମାପ୍ତ କରିବାକୁ ଚାହାନ୍ତି। କିନ୍ତୁ ଆମେ ଏମିତି ହେବାକୁ ଦେବାନି। ସିସୋଦିଆଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ କେଜ୍ରିଓ୍ଵାଲ ଖଣ୍ଡନ କରିଛନ୍ତି। ସେମାନେ ଅନେକ ଭଲ ଲୋକଙ୍କୁ ମିଥ୍ୟା କେସ୍‌ରେ ଫସାଇ ଜେଲ୍‌ରେ ଭର୍ତ୍ତି କରିଥିବା କେଜ୍ରିଓ୍ଵାଲ କହିଛନ୍ତି।

cm kejriwal wept remembering sisodia

ଅନ୍ୟପଟେ କେଜରିଓ୍ଵାଲ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ରାଜଧାନୀରେ ଅପରାଧୀ ନିର୍ଭରର ସହ ବିଚଳନ କରୁଛନ୍ତି। ଫଳରେ ପୋଲିସ ଉପରୁ ଜନତାଙ୍କ ଭରସା ତୁଟିବାରେ ଲାଗିଚି। ରାଜ୍ୟପାଳ ରାଜନୀତି କରିବା ପରିବର୍ତ୍ତେ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରନ୍ତୁ। ଜନତା ରାଜନୀତି ନୁହେଁ କାମ ଚାହାନ୍ତି। ଆପଣଙ୍କ ହାତରେ ସାମ୍ବିଧାନିକ କାର୍ଯ୍ୟ ନ୍ୟସ୍ତ କରାଯାଇଛି। ତେବେ କେଜରିଓ୍ଵାଲଙ୍କ ଏହି ମନ୍ତବ୍ୟ ଉପରେ ଉପରାଜ୍ୟପାଳଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଏ ଖବର ପଢନ୍ତୁ- ପଶ୍ଚିମବଙ୍ଗରେ ଏଣ୍ଟ୍ରି ମାରିବାକୁ ଚାହୁଁଛି ଆପ୍; ମୋହଲ୍ଲା କ୍ଲିନିକ୍ ଖୋଲି ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବ ଆମ ଆଦ୍‌ମୀ ପାର୍ଟି

   Related Posts