ମନେ ପଡ଼ନ୍ତି ଗୌର ପାର୍ବତୀ…
6/06/2023 at 9:56 PM

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଯୋଡ଼ି ଗୌର ପାର୍ବତୀଙ୍କୁ ମନେ ପକାଇଛନ୍ତି ତାଙ୍କର ଶୁଭେଚ୍ଛୁ । ମଙ୍ଗଳବାର ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି ଏ ସମ୍ପର୍କିତ ଏକ କାର୍ଯ୍ୟକ୍ରମ। ପାର୍ବତୀ ଘୋଷଙ୍କ ଝିଅ ରାତ୍ରି ଘୋଷ ବର୍ମନଙ୍କ ନେତୃତ୍ବରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାଉସୀ କ୍ଷୀରୋଦ ନାୟକଙ୍କ ସହଯୋଗ ଏବଂ ସ୍ବାମୀ ଖେଖର ବର୍ମନଙ୍କ ପ୍ରୋତ୍ସାହନ ଯୋଗୁଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଛି ବୋଲି କୁହନ୍ତି ଝିଅ ରାତ୍ରି ।

ଗୌର ପାର୍ବତୀଙ୍କୁ ଅତି ନିକଟରୁ ଜାଣିଥିବା ସହ କଳାକାର, ଶୁଭେଚ୍ଛୁବନ୍ଧୁ ଓ ପ୍ରଶଂସକମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଜିପିଜି ଏଣ୍ଟରପ୍ରାଇଜ୍ ନାମକ ୟୁଟ୍ୟୁବରେ ଗୌର ପାର୍ବତୀଙ୍କ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଘୋଷଣା କରିଛନ୍ତି ଝିଅ ଶ୍ରୀମତି ଘୋଷ । ଏହି କାର୍ଯ୍ୟକ୍ରମର ସଞ୍ଚାଳନା ଓ ପରିଚାଳନା ଦାୟିତ୍ବ ବହନ କରିବେ ବିଶିଷ୍ଟ ସାହିତ୍ୟିକ ଓ ଗୌର ପାର୍ବତୀଙ୍କ ପ୍ରଶଂସକ ବୈଷ୍ଣବ ଚରଣ ମହାନ୍ତି ।