ରିମାଣ୍ଡରେ ଖୋଲିବ ରହସ୍ୟ : ଅନୁପ ସାଏଙ୍କୁ ୩ଦିନ, ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଦିନିକିଆ ରିମାଣ୍ଡରେ ନେଲା ପୋଲିସ

Published By : Prameya-News7 Bureau | February 19, 2020 IST

ଝାରସୁଗୁଡା ୧୯।୦୨: ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ରିମାଣରେ ନେଲା ପୋଲିସ । ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ସହିତ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ରାଇଗଡ CJM କୋର୍ଟ।

ମଙ୍ଗଳବାର ଦିନ ରାୟଗଡ କୋର୍ଟରେ ରିମାଣ୍ଡ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଅନୁପଙ୍କ ଓକିଲ ଦୃଢ ବିରୋଧ କରିଥିଲେ । ପୋଲିସ ଜେରା ସମୟରେ ଉଭୟ ଅନୁପ ସାଏ ଓ ତାଙ୍କ ସହଯୋଗୀ ବର୍ଦ୍ଧନ ପୋଲିସକୁ ସହାୟତା କରୁନଥିବା ଅଭିଯୋଗ କରି ସରକାରୀ ଓକିଲ ୧୪ ଦିନିଆ ରିମାଣ୍ଡ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଉଭୟଙ୍କ ପକ୍ଷଙ୍କ ଦଲିଲ ଶୁଣି ମାନ୍ୟବର କୋର୍ଟ ଅନୁପଙ୍କୁ ୩ଦିନିଆ ଓ ଡ୍ରାଇଭରଙ୍କ ଦିନିକିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

୨୦୧୬ ମସିହାରେ ଛତିଶଗଡ଼ ରାଇଗଡ଼ର ଏକ ଜଙ୍ଗଲିଆ ରାସ୍ତା ବଙ୍କୁରସିଆରୁ କଳ୍ପନା ଦାସ୍‌ ଏବଂ ତାଙ୍କ ଝିଅ ବବଲିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ତଦନ୍ତ ହତ୍ୟାକାଣ୍ଡ ଘଟଣାରେ ପର୍ଦ୍ଧାଫାଶ କରିଛି ଛତିଶଗଡ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.