ଭୀଷଣ ବାତ୍ୟା ରୂପ ନେବ ରେମାଲ, ମଝି ରାତିରେ ଲ୍ୟାଣ୍ଡଫଲ

Published By : Prameya-News7 Bureau | May 26, 2024 IST

ଭୁବନେଶ୍ୱର ୨୬।୦୫ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣି ବଳୟ ବାତ୍ୟା ରୂପ ନେଇଛି। ଏହି ବାତ୍ୟା ରେମଲ ଗତ ୬ ଘଣ୍ଟାରେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ବୀପର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। 

ଉତ୍ତର ବଙ୍ଗୋପସାଗରରେ ଏହା ଆଜି ଭୀଷଣ ବାତ୍ୟାରେ ପରିଣତ ହେବ। ମଝି ରାତିରେ ଏହା ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ଲ୍ଯାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାକୁ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିପାରେ ଏବଂ ପ୍ରବଳ ବର୍ଷା ହୋଇପାରେ। 

ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଏଥିପାଇଂ କୋଲକାତା ବିମାନ ବନ୍ଦରରୁ ବିମାନ ଉଡ଼ାଣ ୯ଘଣ୍ଟା ପାଇଁ ବନ୍ଦ ରଖାଯିବ । ପଶ୍ଚିମବଙ୍ଗକୁ ୧୨ ଏନଡିଆରଏଫ ଟିମ୍ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.