ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଖୁବ୍ ଶୀଘ୍ର ଖୋଲିବ ସବୁ ଧର୍ମାନୁଷ୍ଠାନ, ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

14/12/2020 at 11:26 AM

ଭୁବନେଶ୍ବର ୧୪।୧୨: ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି । ବିଭିନ୍ନ କମିଟି ସହ ଆଲୋଚନା କରିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ପୂର୍ବରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇସାରିଛି । ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର୍ ଧରିଛି । ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇପାରୁନଥିବାରୁ ବିଭିନ୍ନ ମନ୍ଦିରର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସମସ୍ତଙ୍କ ଭାବାବେଗକୁ ନଜରରେ ରଖି ଅନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ବି ଖୋଲିବା ଦରକାର ବୋଲି ଦାବି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଗାଇଡ୍ ଲାଇନ୍ ପାଳନ କରାଯାଇ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ପୂଜକମାନେ କହିଛନ୍ତି ।

ଅନ୍ୟପଟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଛନ୍ତି । ନିଜ ଜିଲ୍ଲାରେ କୋଭିଡ୍ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସଂପର୍କରେ ନିଷ୍ପତ୍ତି ନେବେ । 

   Related Posts