କରୋନାରୁ ଆଶ୍ୱସ୍ତି, ଗତ ୨୪ ଘଣ୍ଟାରେ ଆସିଛି ୫ ହଜାରରୁ କମ୍‌ ମାମଲା, ସୁସ୍ଥ ହୋଇଛନ୍ତି ୬ ହଜାର

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ ୨୪।୯:  ଭାରତରେ କରୋନା ଭାଇରସ ମାମଲାରେ ହ୍ରାସ ଦେଖା ଯାଇଛି। ସବୁଠୁ ଆଶ୍ୱସ୍ତିର କଥା ହେଉଛି ନୂଆ ମାମଲା ତୁଳନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରେକର୍ଡ ହୋଇଛି।  ଦେଶରେ କୋଭିଡର ନୂଆ ମାମଲା ସଂଖ୍ୟା ୫ ହାଜରରୁ ବି ତଳକୁ ଖସିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ତଥ୍ୟ ମୁତାବକ ଦେଶରେ ଗତ ୨୪ ଘଣ୍ଟାରେ କରୋନାର ୪ହଜାର ୯୧୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଆକ୍ଟିଭ କେସ ସଂଖ୍ୟାରେ ୮୪୫ ହ୍ରାସ ଦେଖାଯାଇଛି।

{"id":687951,"sizeSlug":"large","linkDestination":"none"}

ଦେଶରେ ଏବେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ୪୪ହଜାର ୪୩୬ ରହିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଦେଶରେ ଏବେ କରୋନା ରିକୋଭରି ହାର ୯୮.୭୧ ପ୍ରତିଶତ ରହିଛି। ଭାରତରେ ଶୁକ୍ରବାର ପୂର୍ବ ୨୪ ଘଣ୍ଟାରେ ୫ ହଜାର ୩୮୩ଟି  ନୂଆ ମାମଲା ଚିହ୍ନଟ ହୋଇଥିଲା।  ଉଲ୍ଲେଖଯୋଗ୍ୟ ଯେ ଦେଶରେ ୨୩ ଅଗଷ୍ଟ ୨୦୨୦ରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୦ଲକ୍ଷ, ୨୩ ଅଗଷ୍ଟରେ ୩୦ ଲକ୍ଷ ଓ ୫ ସେପ୍ଟେମ୍ବରରେ ୪୦ଲକ୍ଷରୁ ଅଧିକ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.