ମୁମ୍ୱାଇ, ୧୬/୦୫: ଭାରତର ଦକ୍ଷ ବ୍ୟବସାୟୀ ମୁକେଶ ଆମ୍ୱାନୀ ଏବେ କଞ୍ଜ୍ୟୁମର ଗୁଡସ୍ ବଜାରରେ ବଡ଼ ପ୍ଲେୟାର୍ ହେବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଭାରତର ସବୁଠାରୁ ବଡ଼ ରିଟେଲର୍ ରିଲାଏନ୍ସ ଡର୍ଜନେ ଛୋଟ ଛୋଟ ଖାଉଟି ସାମଗ୍ରୀ ପ୍ରଡକ୍ସନ କରୁଥିବା ନନ୍ ଫୁଡ୍ ବ୍ରାଣ୍ଡ କିଣିବା ନେଇ ଜଣାପଡ଼ିଛି । ରିଲାଏନ୍ସର ଲକ୍ଷ୍ୟ ୬.୫ ଅରବ ଡଲାରର କଞ୍ଜ୍ୟୁମର ଗୁଡ୍ସର କାରବାର । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ୟୁନିଲିଭର ଭଳି ବିଦେଶୀ କମ୍ପାନୀ ଉପରେ ।
ସୁତ୍ର ମୁତାବକ, ରାଲାଏନ୍ସ ଆଗାମୀ ୬ ମାସ ଭିତରେ ୫୦ରୁ ୬୦ ଗ୍ରୋସରୀ, ଖାଉଟି ସାମଗ୍ରୀ ବ୍ରାଣ୍ଡର ଏକ ବଡ଼ ପୋର୍ଟଫୋଲିଓ ତିଆରି କରିବା ପାଇଁ ଯୋଜନା କରୁଛି । ଏଥି ସହିତ ଦେଶର ଏହା ସବୁଠାରୁ ବଡ଼ ରିଟେଲ୍ ଆଉଟ୍ଲେଟ୍ କରିବା ପାଇଁ ଡେଲିଭରି ପାର୍ଟନର୍କୁ ଭଡ଼ାରେ ନେଉଛି ରିଲାଏନ୍ସ । ୩୦ ବଡ଼ ଏବଂ ନାମୀ ବ୍ରାଣ୍ଡ ସହିତ କମ୍ପାନୀର ଅଲୋଚନା ଶେଷ ପର୍ଯ୍ୟାୟରେ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ଏହି ବ୍ରାଣ୍ଡ ଗୁଡ଼ିକୁ ହାସଲ କରିବା ପାଇଁ ରାଲାଏନ୍ସ କେତେ ଟଙ୍କା ବିନିଯୋଗ କରିବ ସେ ନେଇ ସ୍ପଷ୍ଟ ହୋଇନାହିଁ । ୫ ବର୍ଷ ଭିତରେ ପାଖାପାଖି ୫ ଶହ ଅରବ ଡଲାରର ବିକ୍ରି ହାସଲ କରିବା ପାଇଁ ରିଲାଏନ୍ସ ଲକ୍ଷ୍ୟ ରଖିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି । ନୂଆ କାରବାର ଯୋଜନା ସହିତ ରିଲାଏନ୍ସ ଦୁନିଆର କିଛି ବଡ଼ ବ୍ରାଣ୍ଡ ନେସ୍ଲେ, ୟୁନିଲିଭର, ପେପ୍ସିକୋ ଇନ୍କ୍ ଏବଂ କୋକା କୋଲା ଭଳିକୁ ଚ୍ୟାଲେଞ୍ଜ୍ ଦେବାକୁ ସମର୍ଥ ହେବ ବୋଲି ଜଣାପଡ଼ିଛି ।