ଗ୍ରାହକଙ୍କୁ ଏଲଇଡି ଟିଭି ଏବଂ ସେଟ୍ ଟପ୍ ବକ୍ସ ମାଗଣାରେ ଦେବ ଜିଓ
13/08/2019 at 5:07 PM

ନୂଆ ଦିଲ୍ଲୀ ୧୩/୮: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନିଙ୍କ ବାର୍ଷିକ ସାଧାରଣ ବୈଠକରେ ବଡ଼ ଘୋଷଣା କରାଯାଇଛି। ମୁକେଶ ଅମ୍ବାନି ସେପ୍ଟେମ୍ବର ୫ତାରିଖରେ ଜିଓ ଗିଗା ଫାଇବରର କମର୍ସିଆଲ ଲଞ୍ଚିଙ୍ଗର ଘୋଷଣା କରିଛନ୍ତି।
ମୁକେଶ ଅମ୍ବାନି କହିଛନ୍ତି ଯେ ରିଲାଏନ୍ସ ଜିଓ ଗିଗା ଫାଇବର ଏବଂ ଜିଓ ସେଟ୍ ଟପ୍ ବକ୍ସର ଅନେକ ପ୍ଲାନ୍ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଗ୍ରାହକମାନେ ଜିଓ ଗିଗାଫାଇବର ଏବଂ ଜିଓ ସେଟ୍ ଟପ୍ ବକ୍ସରର ଜିଓ ଫରେଭର ପ୍ଲାନ୍ ନେବେ ତାଙ୍କୁ କମ୍ପାନୀ ତରଫରୁ ୪କେ ଏଚଡି ଟିଭି ଏବଂ ୪କେ ସେଟ୍ ଟପ୍ ବକ୍ସ ମାଗଣାରେ ଦିଆଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରିଲାଏନ୍ସ ଜିଓର ୩ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ସେପ୍ଟେମ୍ବର ୫ତାରିଖରେ ଜିଓ ଗିଗାଫାଇବରର କମର୍ସିଆଲ ସେବା ପୂରା ଭାରତରେ ଉପଲବ୍ଧ ହେବ। ଜିଓ ଗିଗାଫାଇବରର ଅତିକମରେ ସ୍ପିଡ ୧୦୦ଏମବିପିଏସ୍ ରହିବ ଯାହା ୧ ଜିବିପିଏସ୍ ଯାଏଁ ଯିବ। ଜିଓ ଗିଗାଫାଇବରରେ ଗ୍ରାହକଙ୍କୁ ଭଏସ୍ କଲ୍ କିମ୍ବା ଡାଟା ମଧ୍ୟରୁ ଯେକୌଣସି ଗୋଟିଏ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ।
୭୦୦ଟଙ୍କାର ନ୍ୟୁନତମ ପ୍ଲାନରେ ଲ୍ୟାଣ୍ଡଲାଇନରୁ ମାଗଣାରେ ଅସୀମିତ କଲ୍ ଏବଂ ୧୦୦ଏମବିପିଏସ୍ ଗତିର ଇଣ୍ଟରନେଟ୍ ସହ ଏଚଡି ଚ୍ୟାନେଲ୍ ସହ ଡିଶ ଟିଭିର ମଜା ଉଠାଇପାରିବେ।
ମାଗଣା କଲିଙ୍ଗ ଏବଂ ଇଣ୍ଟରନେଟ୍ ସହ ଏଥିରେ ଗ୍ରାହକଙ୍କୁ ଏଚଡି କିମ୍ବା ୪କେ ଏଲଇଡି ଟିଭି, ୪କେ ସେଟ୍ ଟପ୍ ବକ୍ସ ମାଗଣାରେ ମିଳିବ।