କରୋନା ମାଡ: ୩୦ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କୁ ମାସକୁ ଦୁଇ ଥର ଦରମା ଦେବ ରିଲାୟନ୍ସ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩:  କରୋନା ଭୂତାଣୁର ପ୍ରକୋପର ପ୍ରତିରୋଧ ପାଇଁ ବୁଧବାରଠୁ ସମଗ୍ର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଅନେକ ବଡ ଘୋଷଣା କରିଛି। ଏଥିରୁ ଗୋଟିଏ ଘୋଷଣା ସେହି କର୍ମଚାରୀଙ୍କ ସହିତ ଜଡିତ ରହିଛି ଯାହାଙ୍କର ମାସିକ ଦରମା ୩୦ ହଜାର ଟଙ୍କା ରହିଛି। RIL କହିଛି ଯେ, ୩୦ ହଜାର ଟଙ୍କା ବା ସେଥିରୁ କମ  ବେତନ ପାଉଥିବା କର୍ମଚାରୀଙ୍କୁ ମାସରେ ଦୁଇ ଥରେ ବେତନ ଦିଆଯିବ।

କମ୍ପାନୀ ଦୁଇ ଥର ବୟାନ ଜାରି କହିଛି ଯେ, କମ ଦରମା ପାଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାରୁ ବଞ୍ଚାଇବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଯାହା ଫଳରେ ମାସର ଦ୍ଵିତୀୟ ସପ୍ତାହ  ମଧ୍ୟରେ ଏହାର କର୍ମଚାରୀଙ୍କୁ ନଗଦ ସମସ୍ୟା ଭୋଗିବାକୁ ନପଡେ। ଯଦି କୌଣସି ଜରୁରୀକାଳୀନ ସ୍ଥିତି ଉପୁଜେ ତେବେ କର୍ମୀଙ୍କ ପାଖରେ ନଗଦ ଅର୍ଥ ଥିବ ଯାହାର ସେ ଉପଯୋଗ କରି ପାରିବେ।

{"id":243955,"width":584,"height":389,"sizeSlug":"large"}

କମ୍ପାନୀ କହିଛି ଯେ, ରିଲାୟନ୍ସ ପରିବାରର ୬ ଲକ୍ଷ ସଦସ୍ୟ କରୋନା ଭାଇରସ ଲଢେଇରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ  ଅଛନ୍ତି। ରିଲାୟନ୍ସ ଫାଉଣ୍ଡେସନ  ବିଏମସି ସହିତ ୧୦୦ ଶଯ୍ୟାର ହସ୍ପିଟାଲ ଦେଇଛି। ଏଥିରେ କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ରିଲାୟନ୍ସ ନିକଟରେ କହିଥିଲା ଯେ, ଲକଡାଉନ କାରଣରୁ ଠିକାରେ କାମ କରୁଥିବା ଏବଂ ଅସ୍ଥାୟୀ ଭାବେ କାମ କରୁଥିବା ଯେଉଁ କର୍ମଚାରୀ କାମକୁ ଯାଇ ପାରୁ ନାହାନ୍ତି ସେମାନଙ୍କର ଦରମା ମଧ୍ୟ ଜାରି ରହିବ। ଏହା  ବ୍ୟତୀତ କମ୍ପାନୀ ରୋଟେସନ ଡ୍ୟୁଟି ଓ ଓ୍ଵାର୍କ ଫ୍ରମ ହୋମର ସୁବିଧା ମଧ୍ୟ ଦେଇଛି।

କରୋନା ଭାଇରସରେ ସମଗ୍ର ଦୁନିଆରେ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଲକ୍ଷାଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ଭାରତରେ ରୋଗୀଙ୍କ ସଂଖ୍ୟା ୫୦୦ ଅତିକ୍ରମ  କରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.