scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସର ବଡ଼ ଘୋଷଣା, ଜୁଲାଇ ୨୦ରେ ହେବ ସବୁଠୁ ବଡ଼ ଡିମର୍ଜର

8/07/2023 at 9:52 PM

ନୂଆଦିଲ୍ଲୀ, ୦୮/୦୭: ଦେଶର ସବୁଠୁ ବଡ଼ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ବଡ଼ ଡିମର୍ଜର (ମୂଳ କମ୍ପାନି ଠାରୁ କୌଣସି ବ୍ୟବସାୟିକ ୟୁନିଟ୍ ଅଲଗା ହେବା )ର ଘୋଷଣା କରିଛି। ଏହି ଡିମର୍ଜରର ତାରିଖ ମଧ୍ୟ ଘୋଷଣା କରିଦିଆଯାଇଛି। ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍ ଶନିବାର ଏହି ଘୋଷଣା କରିଛି।

କମ୍ପାନି କହିଛି ଏହାର ଫାଇନାନ୍ସସିଆଲ ସର୍ଭିସ୍ ଆର୍ମ ରିଲାଏନ୍ସ ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ୍ସର ଡିମର୍ଜର କରାଯିବ ଏଥିପାଇଁ ଜୁଲାଇ ୨୦ ତାରିଖ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି କମ୍ପାନିର ବିଘଟନ କରିଦିଆଯିବ ଏବଂ ଯେଉଁ ନୂଆ କମ୍ପାନି ହେବ ତାହାର ନାମ ‘ଜିଓ ଫାଇନାନ୍ସସିଆଲ ସର୍ଭସ୍’ ରଖାଯିବ।

ଆହୁରି ପଢ଼ନ୍ତୁ: ମୁକେଶ ଅମ୍ୱାନୀ, ଆନନ୍ଦ ମହିନ୍ଦ୍ରା… ପିଏମଙ୍କ ସମ୍ମାନରେ ଆୟୋଜିତ ରାତ୍ରୀ ଭୋଜନରେ ସାମିଲ ହେଲେ ବହୁ ବିଶିଷ୍ଟ ଅତିଥି

ଗତ ମାସରେ ଡିମର୍ଜରକୁ ନେଇ ନିୟାମକ ତରଫରୁ ମଞ୍ଜୁରୀ ମିଳିବା ପରେ ଶୁକ୍ରବାର କମ୍ପାନିର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯୋଜନା ଅନୁଯାୟୀ ଆରଆଇଏଲର ଶେୟାରହୋଲ୍ଡର୍ସଙ୍କ ଆରଆଇଏଲର ପ୍ରତ୍ୟେକ ଶେୟାର ପାଇଁ ଜିଓ ଫାଇନାନ୍ସସିଆଲର ଏକ ଶେୟାର ମିଳିବ।

ଏହା ସହ ବୋର୍ଡ ୩ ବର୍ଷ ପାଇଁ ଆରଏସଆଇଏଲର ସିଇଓ ଏବଂ ଏମଡି ଭାବରେ ମ୍ୟାକଲେରନ ଷ୍ଟ୍ରାଟେଜିକ ଭେଞ୍ଚର୍ସର ହିତେଶ ସେଠିୟାଙ୍କୁ ନିଯୁକ୍ତିକୁ ମଧ୍ୟ ମଞ୍ଜୁରୀ ଦେଇଛି। ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କୁ ମଧ୍ୟ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବତନ କେନ୍ଦ୍ର ଗୃହ ସଚିବ ରାଜୀବ ମହର୍ଷି ଏବଂ ପିଏନବିର ପୂର୍ବତନ ଏମଡି ଏବଂ ସିଇଓ ସୁନୀଲ ମେହତା ମଧ୍ୟ ନିରପେକ୍ଷ ନିର୍ଦ୍ଦେଶକ ଭାବରେ କମ୍ପାନିରେ ସାମିଲ ହେବେ।

   Related Posts