ରିଲାଏନ୍ସ ଲଞ୍ଚ କରିବ ବ୍ୟୁଟି ଆପ୍ ଟିରା; ଏପ୍ରିଲ୍ରୁ ଏହି ସହରରେ ଖୋଲିବ ଅଫ୍ ଲାଇନ୍ ଷ୍ଟୋର୍
9/03/2023 at 12:52 PM

ମୁମ୍ବାଇ: ପ୍ରସାଧାନ ସାମଗ୍ରୀ(କସ୍ମେଟିକ୍ ପ୍ରଡକ୍ଟ) ବ୍ୟାପାର କ୍ଷେତ୍ରରେ ନୂଆ ବ୍ୟବସାୟ ଆରମ୍ଭ କରିବ ରିଲାଏନ୍ସ ଗ୍ରୁପ। ଖୁବ୍ଶୀଘ୍ର କମ୍ପାନୀ ବ୍ୟୁଟି ଆପ୍ ‘ଟିରା’ ଲଞ୍ଚ କରିବାକୁ ଯାଉଛି। ଯେଉଁ ଆପ୍ରେ ସବୁ ପ୍ରକାରର କସ୍ମେଟିକ୍ ପ୍ରଡକ୍ଟ ମିଳିବ। କେବଳ ଆପ୍ ନୁହେଁ କମ୍ପାନୀ ଟିରା ନାଁରେ ଅଫ୍ଲାଇନ୍ ଷ୍ଟୋର୍ ବି ଖୋଲିବ।
ଚଳିତ ବର୍ଷ ଏପ୍ରିଲ ମାସରେ ମୁମ୍ବାଇରେ ପ୍ରଥମ ଟିରା ଷ୍ଟୋର୍ ଖୋଲିବା ନେଇ ସୂଚନା ମିଳିଛି। ପ୍ରଥମେ ମୁମ୍ବାଇରେ ଖୋଲିବା ପରେ ଧୀର ଧୀରେ ବ୍ୟବସାୟକୁ ଭାରତର ଅନ୍ୟ ରାଜ୍ୟ ଓ ସହରକୁରେ ବିସ୍ତାର କରାଯିବ ବୋଲି ରାଲାଏନ୍ସ ରିଟେଲ୍ ଡାଇରେକ୍ଟର ସୁବ୍ରମଣ୍ୟମ ଭି ସୂଚନା ଦେଇଛନ୍ତି।
ଟିରା ମେକ୍ଅପ, ସ୍କିନ ୟୋର, ହେଆର କେୟାର, ଗୋଧୋଇବା ସମ୍ପର୍କି ସାମଗ୍ରୀ, ଅତର ଆଦି ଯୋଗାଇ ଦେବ। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହି ପ୍ରସାଧାନ ସାମଗ୍ରୀ ମିଳିବ। ତେବେ ବର୍ତ୍ତମାନ କେବଳ ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଛି। ହେଲେ ଖୁବ୍ଶୀଘ୍ର ଦେଶବାସୀଙ୍କ ପାଇଁ ଏହି ସେବା ଆରମ୍ଭ କରିବ କମ୍ପାନୀ।
ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ସୁବ୍ରମଣ୍ୟମ ଭି ଏହି ସୂଚନା ଦେଇଛନ୍ତି। ଏପ୍ରିଲ୍ ମାସରେ ମୁମ୍ବାଇରେ ଏହାର ପ୍ରଥମ ଅଫ୍ଲାଇନ ଷ୍ଟୋର୍ ଖୋଲିବ ବୋଲି ସେ କହିଛନ୍ତି। ଭାରତରେ ଟିରାର ଏକାଧିକ ଷ୍ଟୋର ଖୋଲିବ। ତେବେ ଏହା ଲଗଜୁରୀ ବ୍ରାଣ୍ଡ ହେବ କି ସାଧାରଣ ବ୍ରାଣ୍ଡ ହେବ ସେ ନେଇ ନିଷ୍ପତ୍ତି ହୋଇ ନାହିଁ ବୋଲି ରିଟେଲ ନିର୍ଦ୍ଦେଶକ ସୁବ୍ରମଣିୟମ ଭି କହିଛନ୍ତି। ତେବେ ଲକ୍ଜୁରୀ ପ୍ରଡକ୍ଟ ଟିରା ରେଡ୍ ନାମରେ ବିକ୍ରି ହୋଇପାରେ ବୋଲି ଶୁଣିବାକୁ ମିଳୁଛି।
ବ୍ୟୁଟି ଓ ପର୍ସନାଲ କେୟାର ମାର୍କେଟ୍ରେ ଭାରତର ସ୍ଥାନ ଚୁତର୍ଥ
ବଜାର ଓ ଗ୍ରାହକଙ୍କ ବିଷୟରେ ତଥ୍ୟା ବିଶ୍ଳେଷଣ କରୁଥିବା କମ୍ପାନୀ ଷ୍ଟିଷ୍ଟାର ୨୦୨୧ ରିପୋର୍ଟ ଅନୁସାରେ ବ୍ୟୁଟି ଓ ପର୍ସନାଲ କେୟାର୍ ବଜାରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଠାରୁ ଆମେରିକା, ଚୀନ ଓ ଜାପାନ ଆଗରେ ରହିଛନ୍ତି।