ନୂଆଦିଲ୍ଲୀ, ୨୯/୦୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକେ କାମ୍ପା କୋଲାକୁ ବିଦେଶରେ ବିକ୍ରି ପାଇଁ ଯୋଜନା କରୁଛନ୍ତି । ରିଲାଏନ୍ସ ରିଟେଲ୍ର ନିର୍ଦ୍ଦେଶକ ଇଶା ଅମ୍ବାନୀ କାମ୍ପା କୋଲାକୁ ବିଦେଶରେ ବିକ୍ରି କରିବା ଯୋଜନା ଉପରେ କହିଛନ୍ତି। ସେ କହିଛନ୍ତି କାମ୍ପା କୋଲାକୁ ଦେଶରେ ଲୋକଙ୍କଠାରୁ ବେଶ୍ ଭଲ ପ୍ରତିକ୍ରିୟା ମିଳିଛି। ଏହାକୁ ଲୋକେ ପସନ୍ଦ କରୁଛନ୍ତି। ଆଉ ଏମିତିରେ ଏହାକୁ ଅନ୍ୟ ଦେଶରେ ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି।
ରିଲାଏନ୍ସ କଞ୍ଜ୍ୟୁମର ପ୍ରୋଡକ୍ଟ୍ସ ଲିମିଟେଡ୍ କାମ୍ପା କୋଲାକୁ ଏସିଆ ଏବଂ ଆଫ୍ରିକା ଭଳି ମହାଦ୍ବୀପରେ ପହଞ୍ଚାଇବା ବ୍ୟତୀତ ଏହାକୁ ବୈଶ୍ବିକ ସ୍ତରରେ ପହଞ୍ଚାଇବାକୁ ମଧ୍ୟ ଯୋଜନା କରୁଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୬ ତମ ବାର୍ଷିକ ସାଧାରଣ ବୈଠକରେ (AGM) ଇଶା ଅମ୍ବାନୀ କହିଛନ୍ତି ଯେ, ’’କାମ୍ପା କୋଲାକୁ ଭାରତରେ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ କରାଯାଇଥିଲା। ଏହା ଖୁବ୍ ଲୋକପ୍ରିୟ ହୋଇଛି । ଆଉ ଏହାକୁ ଗ୍ରାହକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି।
ଆହୁରି ପଢ଼ନ୍ତୁ: ରିଲାଏନ୍ସ ଲଞ୍ଚ କଲା ‘କାମ୍ପାକୋଲା’, ପେପ୍ସି ଓ କୋକାକୋଲା ସହ ହେବ ବଜାରରେ ମୁକାବିଲା
ଏହାକୁ ଧ୍ୟାନରେ ରଖି RIL କଞ୍ଜ୍ୟୁମର ପ୍ରୋଡକ୍ଟ୍ସ ଲିମିଟେଡ କ୍ୟାମ୍ପା କୋଲାକୁ ମହତ୍ବାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛି।’’ ଏଜିଏମରେ ଇଶା ଅମ୍ବାନୀ କହିଛନ୍ତି ରିଲାଏନ୍ସ ଭାରତରେ କାମ୍ପା କୋଲାର ଉପସ୍ଥିତିକୁ ବଢ଼ାଇବାକୁ ଯାଉଛି। ଏହା ସହ ଏସିଆ ଏବଂ ଆଫ୍ରିକା ଭଳି ଦେଶରୁ ଆରମ୍ଭ କରି କାମ୍ପା କୋଲାକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି।