ଟିକଟକ୍‌ର ଭାରତୀୟ ୟୁନିଟ୍ କିଣିବ ରିଲାଏନ୍ସ ! ୫ ବିଲିୟନ ଡଲାର ନିବେଶ ହେବା ନେଇ ଆଲୋଚନା

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ, ୧୫|୦୮ : ଭାରତ ଓ ଚୀନ ମଧ୍ୟରେ ଦେଖାଯାଇଥିବା ତିକ୍ତତା ମଧ୍ୟରେ ଦେଶରେ ସୁରକ୍ଷା କାରଣକୁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରାଯାଇଥିଲା । ଏହାମଧ୍ୟରେ ଲୋକପ୍ରିୟ ଭିଡିଓ ଆପ୍ ଟିକଟକ୍ ରହିଥିଲା । ତେବେ ଅନେକ ଭାରତୀୟ ଟିକଟକରୁ ଆୟ କରୁଥିଲେ । ଯାହା ଏବେ ବନ୍ଦ ହୋଇଯାଇଛି । ଏବେ ପୁଣି ଟିକଟକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟରେ ମାଇକ୍ରୋସଫ୍ଟ ଟିକଟକର ଆମେରିକା ଭର୍ସନକୁ କିଣିବ ବୋଲି ଖବର ଆସିଥିଲା । ଏବେ ଭାରତୀୟ କମ୍ପାନୀ ରିଲାଏନ୍ସ ଟିକଟକକୁ ଅଧିଗ୍ରହଣ କରିବ ବୋଲି ମଧ୍ୟ ସୂଚନା ମିଳିଛି । ଟିକଟକର ଭାରତୀୟ ଭର୍ସନକୁ ରିଲାଏନ୍ସ କିଣିବ ବୋଲି ମଧ୍ୟ ଖବର ମିଳୁଛି ।

ରିପୋର୍ଟ ଅନୁସାରେ, ରିଲାଏନ୍ସ ଅଧିକାରୀ ଟିକଟକ୍ ସହ ସମ୍ପର୍କରେ ରହିଛନ୍ତି । ଊାରତୀୟ ୟୁନିଟରେ ରିଲାଏନ୍ସ ନିବେଶ କରିପାରେ ବୋଲି ବିଚାର ବିମର୍ସ ଜାରି ରହିଛି । ୫ ବିଲିୟନ ଡଲାରରେ ରିଲାଏନ୍ସ ଟିକଟକର ଭାରତୀୟ ଭର୍ସନକୁ ଅଧିଗ୍ରହଣ କରିବ ବୋଲି ମଧ୍ୟ ଖବର ମିଳୁଛି ।

ଭାରତରେ ଟିକଟକ୍‌କୁ ପ୍ରାୟ ୬୧୧ ମିଲିୟନରୁ ଅଧିକ ଥର ଡାଉନଲୋଡ୍ କରାଯାଇଥିଲା । ତେବେ ରିଲାଏନ୍ସ ଟିକଟକ୍ ଉପରେ ନିବେଶ ବାବଦରେ କିଛି ସ୍ପଷ୍ଟ କରିନାହିଁ ।ଟିକଟକ୍‌ର ମୂଳ କମ୍ପାନୀ ବାଇଟଡ୍ୟାନ୍ସ ମଧ୍ୟ ଏହି ନିବେଶ ବାବଦରେ କିଚି ସ୍ପଷ୍ଟ କରିନାହିଁ ।

ଗ୍ରେହାଉଣ୍ଡ ରିସର୍ଚ୍ଚର ସିଇଓ ସଞ୍ଚିତ୍ ବୀର ଗୋଗିୟା କହିଛନ୍ତି ଯେ, ରିଲାଏନ୍ସ ଜିଓ ସହ ବାଇଟଡ୍ୟାନ୍ସ ମଧ୍ୟରେ ବୁଝାମଣା ହେଲେ ଭାରତରେ ପୁଣି ଟିକଟକ୍ କାର୍ଯ୍ୟକ୍ଷମ ହେବ । ଭାରତୀୟ ଯୁବକଙ୍କ ପାଇଁ ରୋଜଗାର ଅବସର ବଢିବ । ସୂଚନାଯୋଗ୍ୟ, ନିକଟରେ ଫେସବୁକ ଇନଷ୍ଟାଗ୍ରାମରେ ରିଲ୍ସ୍ ଲଞ୍ଚ୍ କରିଛି । ଏଥିରେ ରିଲାଏନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.