ଗୋଟିଏ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାର୍କେଟ୍ କ୍ୟାପିଟାଲ ପହଞ୍ଚିଲା ୧୨ଲକ୍ଷ କୋଟିରେ, ଜାଣନ୍ତୁ ଏବେ ସେୟାର ମୂଲ୍ୟ କେତେ?

Published By : Prameya-News7 Bureau | July 14, 2020 IST

ମୁମ୍ବାଇ ୧୪।୭ : ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ) ୩.୨୧ ପ୍ରତିଶତ ଅଭିବୃଦ୍ଧି ସହ ୧୨ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ହାସଲ କରିଛି। ମାତ୍ର ଗୋଟିଏ ମାସରେ ଆରଆଇଏଲ ୧ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର କରି ଏହି ସଫଳତା ହାସଲ କରିଛନ୍ତି। ଫଳରେ ସେୟାର ବଜାରରେ ରିଲାଏନ୍ସର ଗୋଟିଏ ଗୋଟିଏ ସେୟାରର ମୂଲ୍ୟ ଏବେ ୧ ହଜାର ୯୩୮ଟଙ୍କା ୮୦ ପଇସାରେ ପହଞ୍ଚିଛି।

ଆରଆଇଏଲ୍‌ରେ ବିଶ୍ୱର ୧୨ ନିବେଶକ ପୁଞ୍ଜି ନିବେଶ କରିଛନ୍ତି। ଫଳରେ ଗତ ଏପ୍ରିଲ ମାସରୁ ଆରଆଇଏଲ ସେୟାର ମୂଲ୍ୟ ବଢିବାରେ ଲାଗିଛି। ଏଣୁନ ଗତ ମାର୍ଚ୍ଚ ମାସରେ ହୋଇଥିବା କ୍ଷତି ଭରଣା ମଧ୍ୟ ହୋଇଯାଇଛି। ତୈଳରୁ ଟେଲିକମ୍‌ ବ୍ୟବସାୟକୁ ପ୍ରବେଶ କରିଥିବା ଆରଆଇଏଲ କ୍ୱାଲକମ୍‌ ଭେଞ୍ଚରକୁ ଜିଓ ପ୍ଲାଟଫର୍ମରେ ୦.୧୫ ପ୍ରତିଶତ ଇକ୍ୱିଟି ବିକ୍ରି କରି ୭୩୦ କୋଟି ଟଙ୍କା ଉଠାଇଥିଲେ। ଏହା ପୂର୍ବରୁ ଆରଆଇଏଲ ନିଜକୁ ଋଣ ମୁକ୍ତ ଘୋଷଣା କରିସାରିଛନ୍ତି। ଏଣୁ ମାର୍କେଟ୍ କ୍ୟାପିଟାଲ ୧୨ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ଏହା ଆରଆଇଏଲ ସହ ଅଂଶଧାରୀଙ୍କ ଲାଗି ଏବେ ଲାଭଦାୟକ ସାବ୍ୟସ୍ତ ହୋଇଛି।

ବିପୁଳ ନିବେଶ ହାସଲରେ ସଫଳ ଆରଆଇଏଲ ଜିଓ ପ୍ଲାଟଫର୍ମରେ ୨୫.୨୪ ପ୍ରତିଶତ ଇକ୍ୱିଟି ଲାଗି ୧.୧୮ ଲକ୍ଷ କୋଟି ଟଙ୍କା ନିବେଶ କରିଛି।  ଆରଆଇଏଲ ସେୟାର ଗତ ଏକ ସପ୍ତାହରେ ୩ ଥର ରେକର୍ଡ ସ୍ତର ଅତିକ୍ରମ କରିଥିଲା। ତେବେ ୦.୭୬ ପ୍ରତିଶତ ବେଞ୍ଚମାର୍କ ହାଇ ପରେ କମ୍ପାନୀ ପକ୍ଷରୁ ଅଂଶଧାରୀଙ୍କ ସହ ପ୍ରଥମ ଥର ଭର୍ଚୁଆଲ ଏଜିଏମ ଆୟୋଜନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.