Zoomକୁ ଟକ୍କର ଦେବ ରିଲାଏନ୍ସ ଜିଓ, ଖୁବ୍ ଶୀଘ୍ର ଲଞ୍ଚ୍ କରିବ JioMeet ଭିଡିଓ କଲିଂ ଆପ୍
1/05/2020 at 3:34 PM

ନୂଆଦିଲ୍ଲୀ ୧।୫: ଲକ୍ ଡାଉନ୍ ହେତୁ ଲୋକମାନେ ଗୁଗୁଲ୍ ମିଟସ ଏବଂ ଜୁମ୍ ଆପ୍ ଅଧିକ ବ୍ୟବହାର କରୁଛନ୍ତି । ଏହାକୁ ଧ୍ୟାନରେ ରଖି ଟେଲିକମ୍ କମ୍ପାନୀ ଜିଓ ଏହାର ଭିଡିଓ କଲିଂ ଜିଓମିଟ୍ ଆପ୍ ସାରା ଦେଶରେ ଲଞ୍ଚ କରିବାକୁ ଯାଉଛି । ଏହି ଆପ୍ ମାଧ୍ୟମରେ ସ୍ମାର୍ଟଫୋନ୍ ଏବଂ ଟାବଲେଟରେ HD ଭିଡିଓ କନଫରେନ୍ସିଂ ଉପଭୋଗ କରାଯାଇପାରିବ ।

ସୂଚନାଯୋଗ୍ୟ ଯେ, ଜିଓମିଟ୍ ଫ୍ରି ପ୍ଲାନ୍ ରେ ୫ଜଣ ଉପଭୋକ୍ତାଙ୍କୁ ସପୋର୍ଟ କରେ ଏବଂ ଏହାର ବିଜନେସ୍ ପ୍ଲାନ୍ ସାହାଯ୍ୟରେ ୧୦୦ରୁ ଅଧିକ ଉପଭୋକ୍ତା ଗୋଟିଏ କଲରେ ଅଂଶ ହୋଇପାରନ୍ତି । ଏହା ବ୍ୟତୀତ, ଜିଓର ଏହି ସେବାରେ ଇମେଲ ଏବଂ OTP- ଆଧାରିତ ଲଗ୍ ଇନ୍ ମିଟିଂ ମଧ୍ୟ ପ୍ରଦାନ କରାଯାଇପାରିବ ।
Related Posts
ଆବୁଧାବୀ IHCଙ୍କ FPOନିବେଶ ଫେରସ୍ତ କଲେ ଆଦାନୀ ଏଣ୍ଟରପ୍ରାଇଜର୍ସ
2 February 2023
ପୁଣି ୧ ହଜାର କର୍ମଚାରୀଙ୍କ ଛଟେଇ କଲା ବାଇଜୁସ, କମ୍ପାନୀ କହିଲା ଏହି କାରଣ…
2 February 2023