ଗ୍ରାହକଙ୍କ ଚିନ୍ତା ବଢାଇବାକୁ ଯାଉଛି ଜିଓ, ୧ ଜିବି ଡାଟାର ମୂଲ୍ୟ ୨୦ ଟଙ୍କା କରିବାକୁ କଲା ଦାବି

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ବିଗତ ଦିନରେ ଲୋଭନୀୟ ଓଫର ଦେଇଥିବା ରିଲାୟନ୍ସ ଜିଓ ଏବେ ଗ୍ରାହକଙ୍କ ଚିନ୍ତା ବଢାଇବାକୁ ଯାଉଛି। କମ୍ପାନୀ ଚାହୁଁଛି ଯେ, ପ୍ରତି ଜିବି ଡାଟାର ଫ୍ଲୋର ପ୍ରାଇସକୁ ୧୫ ଟଙ୍କା କରାଯାଉ। କେବଳ ଏତିକି ନୁହେଁ କମ୍ପାନୀ ଟ୍ରାଇକୁ ଅପିଲ କରିଛି  ଯେ, ଆଗାମୀ ଛଅରୁ ନଅ ମାସରେ ଏହି ଫ୍ଲୋର ପ୍ରାଇସକୁ ବଢାଇ ଜିବି ପ୍ରତି ୨୦ ଟଙ୍କା କରାଯିବା ଉଚିତ୍। ଇଟି ଟେଲିକମର ଏକ ରିପୋର୍ଟ ଅନୁଯାୟୀ ଜିଓ କହିଛି ଯେ, ଓ୍ଵାୟରଲେସ୍ ଡାଟା ଦର ସଂପ୍ରତି ଗ୍ରାହକଙ୍କ ଡାଟା ବ୍ୟବହାର ଉପରେ ନିର୍ଭର ହେବ। ଏହା ସହିତ ଜିଓ ଏହା ମଧ୍ୟ ସୂଚନା ଦେଇଛି ଯେ, ବର୍ତ୍ତମାନ ଭଏସ ଟାରିଫରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ଏହା ବଜାରରେ ଅସ୍ଥିରତା ଉତ୍ପନ କରିବ ଏବଂ ଏହାକୁ ଲାଗୁ କଲେ କମ୍ପାନୀକୁ ମୁସ୍କିଲର ସମ୍ମୁଖୀନ ହେବାକୁ ପଡିବ।

{"id":233824,"sizeSlug":"large"}

ଜିଓ ଟ୍ରାଇକୁ ଦେଇଥିବା ପ୍ରସ୍ତାବିତ ପତ୍ରରେ ଟେଲିକମ ସର୍ଭିସରେ ଆସୁଥିବା ଟାରିଫ ସମ୍ବନ୍ଧିତ ସମସ୍ୟାର ଉଲ୍ଲେଖ କରିଛି। ଜିଓ କହିଛି ଯେ, ଭାରତୀୟ ଗ୍ରାହକ ମୂଲ୍ୟକୁ ନେଇ ବହୁତ ସମ୍ବେଦନଶୀଳ। ଏଥିପାଇଁ ଫ୍ଲୋର ପ୍ରାଇସକୁ ଥରୁଟିଏ ବଢାଇବା ପରିବର୍ତ୍ତେ ଦୁଇ ତିନି ଥର ବଢାଯାଉ ଯଦ୍ଵାର ଟାରିଫ ମହଙ୍ଗା ହେବା  ବୋଝକୁ  କମ କରାଯାଇ ପାରିବ। ଜିଓ ଏହା ମଧ୍ୟ କହିଛି ଯେ, ନୂତନ ଫ୍ଲୋର ପ୍ରାଇସ ସଂପ୍ରତି ସମସ୍ତ ଟାରିଫ ପ୍ଲାନ ପାଇଁ ସମାନ ହେବା ଉଚିତ୍।

ଟେଲିକମ ସେକ୍ଟର ପାଇଁ ହେବ ଫାଇଦା

ଆଜେଷ୍ଟ ଗ୍ରସ ରେଭିନ୍ୟୁ(ଏଜିଆର) ଅର୍ଥ ପୈଠ ନକରିବା କାରଣରୁ ଟେଲିକମ ଶିଳ୍ପ ଋଣ ବୋଝଭାରରେ ବୁଡି ରହିଛି। ଭୋଡାଫୋନକୁ ୫୩ ହଜାର କୋଟି ଟଙ୍କା ଏବଂ ଏୟାରଟେଲକୁ ୩୫ ହଜାର କୋଟି ଟଙ୍କା ପୈଠ କରିବାକୁ ଅଛି। ଜିଓ କହିଛି ଯେ, ଟାର୍ଗେଟ୍ ଫ୍ଲୋର ପ୍ରାଇସ୍ ଅର୍ଥାତ ଡାଟା ଦର ସ୍ଥିର ହେବା ପରେ ଟେଲିକମ ଇଣ୍ଡଷ୍ଟ୍ରୀକୁ ବହୁତ ଆଶ୍ଵସ୍ତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.