ନୂଆଦିଲ୍ଲୀ, ୨୮/୦୮: ଚାଟ୍ଜିପିଟି AIକୁ ଟକ୍କର ଦେବ ରିଲାଏନ୍ସ ଜିଓ । ରିଲାଏନ୍ସ ଜିଓ ବିକଶିତ କରିବ ନୂଆ ଏଆଇ। ନିକଟରେ ଚାଟ୍ଜିପିଟିର ପ୍ରସ୍ତୁତକାରୀ କମ୍ପାନୀ ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ କରିଥିବା ଏକ ଚାଲେଞ୍ଜକୁ ସ୍ବୀକାର କରିଛନ୍ତି ମୁକେଶ ଅମ୍ବାନୀ। ଏହି ଚାଲେଞ୍ଜ ଦ୍ବାରା ଏଆଇ କ୍ଷେତ୍ରରେ ଭାରତକୁ ନିଚ୍ଚା ଦେଖାଇଥିଲେ ସାମ୍ ଅଲ୍ଟମ୍ୟାନ୍ । ସେ କହିଥିଲେ ଭାରତୀୟଙ୍କ ପାଇଁ ଚାଟ୍ଜିପିଟି ଭଳି ଏଆଇ ତିଆରି କରିବା ଅସମ୍ଭବ । ଆଉ ଯଦି ସେମାନେ ଏଭଳି କିଛି କରିବେ ତେବେ ନିଶ୍ଚିୟ ଅସଫଳ ହେବେ ।
କିନ୍ତୁ ଏବେ ମୁକେଶ ଅମ୍ବାନୀ ସାମ୍ ଅଲ୍ଟମ୍ୟାନଙ୍କ ଏହି ଗର୍ବ ଭାଙ୍ଗିବାକୁ ଯାଉଛନ୍ତି । ମୁକେଶ ଅମ୍ବାନୀଙ୍କ ତରଫରୁ ସାମ୍ ଅଲ୍ଟମ୍ୟାନ୍ଙ୍କ ଚାଲେଞ୍ଜକୁ ସ୍ବୀକାର କରାଯାଇଛି। ରିଲାଏନ୍ସର ୪୬ ତମ ବାର୍ଷିକ ସାଧାରଣ ବୈଠକ (AGM)ରେ ମୁକେଶ ଅମ୍ବାନୀଙ୍କ ତରଫରୁ ଏଆଇକୁ ନେଇ ବଡ଼ ଘୋଷଣା କରାଯାଇଛି। ସେ କହିଛନ୍ତି ରିଲାଏନ୍ସ ଜିଓ ଭାରତୀୟଙ୍କ ପାଇଁ ଏକ ନୂଆ ଏଆଇ ସିଷ୍ଟମ ବିକଶିତ କରିବ, ଯାହା ବ୍ୟବହାର କରିବାକୁ ଚାଟ୍ଜିପିଟି ଭଳି ହେବ । ଜିଓ ଦାବି କରିଛି ଯେ, ଏଆଇ ସବୁ ସ୍ଥାନରେ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ।
ଆହୁରି ପଢ଼ନ୍ତୁ: ୨୦୨୪ରେ ଦେବାଳିଆ ହୋଇପାରେ OpenAI, ପ୍ରତିଦିନ ChatGPT ଉପରେ ଖର୍ଚ୍ଚ ୫.୮୦ କୋଟି ଟଙ୍କା
ଭାରତ ପାଖରେ ରହିଛି ପୂରା ଶକ୍ତି:
ସାମ୍ ଅଲ୍ଟମ୍ୟାନ୍ ଚାଟ୍ଜିପିଟିର ପ୍ରଶଂସା ସମୟରେ କିଛି ଏଭଳି କହିଥିଲେ ଯାହା ଭାରତୀୟଙ୍କ ପାଇଁ ଅପମାନ ଭଳି ଥିଲା। ସେ ଭାରତୀୟଙ୍କୁ ଏଆଇ ଭଳି ଟୁଲ୍ ପ୍ରସ୍ତୁତ କରିବା ଉପରେ ସନ୍ଦେହ ପ୍ରକାଶ କରିଥିଲେ, ଯାହା ପରେ ସାମ୍ ଅଲ୍ଟମ୍ୟାନ୍ଙ୍କୁ ବେଶ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ତେବେ ସାମ୍ଙ୍କ ଏଭଳି ମନ୍ତବ୍ୟକୁ କଡ଼ା ପ୍ରତ୍ୟଖ୍ୟାନ କରି ମୁକେଶ ଅମ୍ବାନୀ କହିଛନ୍ତି ଭାରତ ପାଖରେ ଏଆଇ ଟୁଲ୍ ବିକଶିତ କରିବା ପାଇଁ ସଂପୂର୍ଣ୍ଣ କ୍ଷମତା ଅଛି, ଏବଂ ପ୍ରଯୁକ୍ତିର ଜ୍ଞାନ ରହିଛି ।
ସେ କହିଛନ୍ତି ଜିଓ ପ୍ଲାଟ୍ଫର୍ମ ଭାରତରେ ଏକ ଏଆଇ ଆଧାରିତ ସଲ୍ୟୁସନ ଦିଗରେ କାମ କରୁଛି, ଯାହାଦ୍ବାରା ଭାରତୀୟ ନାଗରିକ ଏବଂ ବ୍ୟବସାୟୀଙ୍କୁ ଏଆଇ ଫାଇଦା ମିଳିପାରିବ । ସେ କହିଛନ୍ତି ଭାରତ ପାଖରେ କ୍ଷମତା, ଡାଟା ଏବଂ ପ୍ରତିଭା ଉଭୟ ରହିଛି । ମୁକେଶ ଅମ୍ବାନୀ ଆହୁରି କହିଛନ୍ତି ଆଜିଠୁ ପ୍ରାୟ ୭ ବର୍ଷ ତଳେ ଜିଓ ସମସ୍ତଙ୍କୁ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ୍ କନେକ୍ସନ ଦେବାକୁ ଶପଥ କରିଥିଲେ। ଆଉ ଆଜି ସବୁ ଭାରତୀୟଙ୍କୁ ଏଆଇ କନେକ୍ଟିଭିଟି ଦେବାକୁ ଶପଥ ନେଉଛି।
ଆହୁରି ପଢ଼ନ୍ତୁ: ChatGPTର ଦୁରୁପଯୋଗ ମାମଲାରେ ଦୁନିଆରେ ପ୍ରଥମ ଗିରଫଦାରୀ, ମିଛ ଖବର ପ୍ରସାରଣ କରି ଚୀନ ନାଗରିକ ଗିରଫ