ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପୁଣି ଥରେ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଲାଗିଲା ଝଟକା : ବନ୍ଦ ହେଲା ଦୁଇଟି ଶସ୍ତା ଡାଟା ପ୍ୟାକ୍

21/10/2019 at 2:08 PM

ନୂଆଦିଲ୍ଲୀ ୨୧/୧୦: ପ୍ରସିଦ୍ଧ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ଆଇୟୁସି ଚାର୍ଜ ଲଗାଇବା ପରେ ପୁଣି ଥରେ ଉପଭୋକ୍ତାଙ୍କୁ ବଡ଼ ଝଟକା ଦେଇଛି। ଆଇୟୁସି ଚାର୍ଜ ପ୍ଲାନ୍ ଆସିବା ପରେ କମ୍ପାନୀ ୧୯ ଏବଂ ୫୨ ଟଙ୍କାର ରିଚାର୍ଜ ପ୍ୟାକକୁ ବନ୍ଦ କରିଛି। ଜିଓ ଅକ୍ଟୋବର ୧୦ତାରିଖରେ ଆଇୟୁସିର ୪ଟି ପ୍ୟାକକୁ ଭାରତୀୟ ବଜାରକୁ ଆଣିଥିଲା। ଯେଉଁ ଗ୍ରାହକମାନେ ଅନ୍ୟ ନେଟଓ୍ବାର୍କକୁ ଅଧିକ କଲ୍ କରୁଛନ୍ତି,ସେମାନେ ଏହି ପ୍ୟାକକୁ ରିଚାର୍ଜ କରିବେ। ଏହା ସହିତ ଉପଭୋକ୍ତାଙ୍କୁ ଏହି ପ୍ଲାନରେ ଅଧିକ ଡାଟା ମିଳିବ।

ଉପଭୋକ୍ତାଙ୍କୁ ୧୯ଟଙ୍କାର ରିଚାର୍ଜ ପ୍ୟାକରେ ଅନଲିମିଟେଡ କଲିଙ୍ଗ ଏବଂ ୧୫୦ଏମବି ଡାଟା ମିଳୁଥିଲା। ଏହା ସହିତ ୨୦ଟି ଏସଏମଏସର ସୁବିଧା ଦିଆଯାଇଥିଲା। ୫୨ଟଙ୍କାର ରିଚାର୍ଜ ପ୍ୟାକରେ ଉପଭୋକ୍ତାଙ୍କୁ ୧.୦୫ଜିବି ଡାଟା ଏବଂ ଅନଲିମିଟେଡ କଲ୍ ଦିଆଯାଉଥିଲା। ଏହା ବ୍ୟତୀତ ୭୦ଟି ଏସଏମଏସର ଫାଇଦା ମଧ୍ୟ ମିଳୁଥିଲା। ଏବେ ଗ୍ରାହକଙ୍କ ପାଇଁ ୧୦ଟଙ୍କାରୁ ୧୦୦୦ଟଙ୍କା ଯାଏଁ ଆଇୟୁସି ଚାର୍ଜ ପ୍ୟାକ୍ ମିଳୁଛି।

ରିଲାଏନ୍ସ ଦୁଇଟି ରିଚାର୍ଜ ପ୍ଲାନକୁ ୨୦୨୦ ସୁଦ୍ଧା ପୁଣି ଥରେ ଲଞ୍ଚ କରିବ। ଏହା ସହିତ ଟ୍ରାଇ ଆଇୟୁସିକୁ ୨୦୨୦ ଜାନୁୟାରୀ ୧ତାରିଖରୁ ହଟାଇ ଦେଇପାରେ। ବର୍ତ୍ତମାନ, ଟ୍ରାଇ ଆଇୟୁସିକୁ ନେଇ କୌଣସି ପ୍ରକାରର ଆନୁଷ୍ଠାନିକ ସୂଚନା ଦେଇନାହିଁ।

   Related Posts