ଜିଓର ଶୁଦ୍ଧ ଲାଭରେ ୨୮ ପ୍ରତିଶତ ବୃଦ୍ଧି, କମ୍ପାନିକୁ ୪,୬୩୮ କୋଟି ଟଙ୍କାର ପ୍ରଫିଟ୍, ବଢିଛି ଖର୍ଚ୍ଚ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ: ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଡିସେମ୍ୱର ତ୍ରୈମାସର ପରିଣାମ ଶୁକ୍ରବାର ଜାନୁଆରୀ ୨୦ରେ ଜାରି କରିଛି । ୨୦୨୨ ଡିସେମ୍ୱର ୩୧ସୁଦ୍ଧା ତୃତୀୟ ତ୍ରୈମାସରେ ଜିଓକୁ ୨୮ ପ୍ରତିଶତ ଲାଭ ହୋଇଛି । କମ୍ପାନିର ଅନସୋଲିଡେଟେଡ୍ ନେଟ୍ ପ୍ରଫିଟ୍ ବଢି ୪,୬୩୮ କୋଟି ଟଙ୍କା ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ ଏହା ୪,୫୧୮ କୋଟି ରହିଥିଲା । ଗତ ବର୍ଷ ସମାନ ତ୍ରୈମାସରେ ଏହାର ଶୁଦ୍ଧ ଲାଭ ୩,୬୧୫ କୋଟି ଟଙ୍କା ରହିଥିଲା । ସେହିପରି ତୃତୀୟ ତ୍ରୈମାସରେ ଏବିଟଡା ୧୨,୦୧୧ କୋଟି ରହିଛି । ଆର୍ଥିକ ବର୍ଷ ୨୩ର ଦ୍ୱିତୀୟ ତ୍ରୈମାସ ପାଇଁ ARPU ୧୭୭.୨ ପ୍ରତି ଗ୍ରାହକ ପ୍ରତି ମାସରେ ଆସିଛି ।

ଅପରେସନ ରେଭେନ୍ୟୁ ଡିସେମ୍ୱର ତ୍ରୈମାସରେ ୨୨,୯୯୮ କୋଟି ଟଙ୍କା ରହିଥିଲା । ଏହା ପୂର୍ବରୁ ସେପ୍ଟେମ୍ୱର ତ୍ରୈମାସରେ ଏହା ୨୨,୫୨୧ କୋଟି ଟଙ୍କା ରହିଥିଲା । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନିର ଅପରେସନ ରେଭେନ୍ୟୁ ୧୯,୩୪୭ କୋଟି ଟଙ୍କା ରହିଥିଲା । ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ୧୮.8୭ ପ୍ରତିଶତ ବଢିଛି ।

କମ୍ପାନି ଦ୍ୱାରା ପ୍ରେସ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବରରୁ ଡିସେମ୍ୱର ସୁଦ୍ଧା ରିଲାଏନ୍ସ ଜିଓର ଖର୍ଚ୍ଚ ବଢିଛି । ଡିସେମ୍ୱର ତ୍ରୈମାସରେ ମୋଟ ଖର୍ଚ୍ଚ ୧୬,୮୩୯ କୋଟି ରହିଛି । ଏହା ପୂର୍ବରୁ ସେପ୍ଟେମ୍ୱର ତ୍ରୈମାସରେ ଏହା ୧୬,୫୭୧ କୋଟି ରହିଥିଲା । ଅନ୍ୟପଟେ ଗତ ବର୍ଷ ସମାନ ଅବଧିରେ କମ୍ପାନରି ମୋଟ ଖର୍ଚ୍ଚ ୧୪,୬୫୫ କୋଟି ଟଙ୍କା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.