ଜିଓ ଲଞ୍ଚ କଲେ ୩ ନୂଆ ପ୍ଲାନ, ନନ୍ ଜିଓ କଲିଂ ଲାଗି ଏବେ FUP

Published By : Prameya-News7 Bureau | October 21, 2019 IST

ରିଲାଏନ୍ସ ଜିଓ ଏକସଙ୍ଗରେ ପୁଣି ୩ ନୂଆ ପ୍ଲାନ ଲଞ୍ଚ କରିଛନ୍ତି। କମ୍ପାନୀ ଏହାକୁ ଅଲ-ଇନ-ୱାନ ନାମ ଦେଇଥିବା ବେଳେ ଏଥିରେ ନନ୍ ଜିଓ କଲିଂ ଲାଗି ୧ ହଜାର ମିନିଟସ୍ ଦେଇଛନ୍ତି। ତେବେ ଏହି ପ୍ଲାନରେ ୟୁଜର ମନ ଇଛା ଡାଟା ଉପଯୋଗ କରିପାରିବେ। ନିକଟରେ ଜିଓ ଆଇୟୁସି ବାହାନା କରି ନନ୍ ଜିଓ କଲିଂ ଲାଗି ଶୁଳ୍କ କରିବାକୁ ଘୋଷଣା କରିଥିଲେ। ଏଥିଲାଗି କମ୍ପନୀ ଆଇୟୁସି ଟପଅପ ମଧ୍ୟ ଲଞ୍ଚ କରିଥିଲେ। ହେଲେ ଗ୍ରାହକଙ୍କ ନିକଟରେ କମ୍ପାନୀର ଚାଲ ଚାଲିପାରିଲା ନାହିଁ। ଏଣୁ କମ୍ପାନୀ ପ୍ଲାନକୁ ଶରଳି କରଣ କରିବା ସହ ୩ଟି ନୂଆ ପ୍ଲାନ ଏକସାଙ୍ଗରେ ଆଣିଛନ୍ତି।

{"id":172693,"width":578,"height":605}

ଏହି ନୂଆ ପ୍ଲାନରେ ୟୁଜର ଅଧିକ ଡାଟା ପାଇପାରିବେ ସାଙ୍ଗକୁ ଅନଲିମିଟେଡ ନନ୍ ଜିଓ କଲିଂ ମଧ୍ୟ କରିପାରିବେ। ତେବେ ନୂଆ ପ୍ଲାନରେ ଅନଲିମିଟେଡର ସଜ୍ଞା କିନ୍ତୁ ବଦଳାଇ ଦିଆଯାଇଛି। ଏହି ସବୁ ପ୍ୟାକ୍ ରେ ମାସକ ଲାଗି ୧୦୦୦ ମିନିଟ୍ ନନ ଜିଓ କଲିଂ କରାଯାଇ ପାରିବ। ଏହାକୁ ଅନଲିମିଟେଡ ସହିତ ପିୟୁପି ମଧ୍ୟ କୁହାଯାଉଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ ସମ୍ପର୍କରେ।

{"id":172689}

୨୨୨ଟଙ୍କାର ପ୍ଲାନ
ଜିଓ ସର୍ବନିମ୍ନ ପ୍ଲାନ ୨୨୨ ଟଙ୍କାରୁ ଆରମ୍ଭ କରିଛନ୍ତି। ଏଥିରେ ୟୁଜର ୨୮ ଦିନ ପର୍ଯ୍ୟନ୍ତ ଜିଓ ରୁ ଜିଓକୁ ମାଗଣା କଲିଂ ସମେତ ପ୍ରତିଦିନ ୨ ଜିବି ଡାଟା ମିଳିବ। ତେବେ ଜିଓରୁ ଅନ୍ୟ ନେଟୱାର୍କକୁ ମାସିକ ୧ ହଜାର ୟୁନିଟ୍ ପର୍ଯ୍ୟନ୍ତ ହିଁ କଥା ହୋଇ ହେବ। ସେହିପରି ଜିଓ ତାଙ୍କର ଦ୍ୱିତୀୟ ପ୍ଲାନଟି ୩୩୩ ଟଙ୍କା ରଖିଛନ୍ତି। ଏହି ପ୍ଲାନର ଅବଧି ୨ ମାସ ଏଥିରେ ମଧ୍ୟ ଦୈନିକ ୨ ଜିବି ଡାଟା ମିଳିବ। ଜିଓରୁ ଜିଓକୁ ମାଗଣା ଟକଟାଇମ ଥିବା ବେଳେ ମାସକୁ ୧ ହଜର ମିନିଟ୍ ନନ ଜିଓ ଟକ୍ ଟାଇମ ମିଳିବ।

{"id":172690,"width":577,"height":334}

୪୪୪ ଟଙ୍କା ପ୍ଲାନ୍
ଜିଓଙ୍କର ତୃତୀୟ ତଥା ଶେଷ ପ୍ଲାନ ଟିର ବୈଧତା ୩ ମାସ। ୩ ମାସ ଲାଗି ୟୁଜର ୪୪୪ ଟଙ୍କାରେ ରିଚାର୍ଜ କଲେ ପ୍ରତି ଦିନ ୨ ଜିବି ଡାଟା ସହ ଜିଓ ରୁଜିଓକୁ ମାଗଣା କଲିଂର ସୁବିଧା ଉପଲବ୍ଧ ହେବ। ସେହିପରି ନନ ଜିଓ କଲିଂ ଲାଗି ମାସିକ ୧୦୦୦ ମିନିଟ୍ ଟକ୍ ଟାଇମ ପାଇବେ ୟୁଜର । ତେବେ ଆଉ ଗ୍ରାହକଙ୍କ ଅସନ୍ତୋଷ ରହିବନି ବୋଲି ଏବେ ରିଲାଏନ୍ସ ଜିଓ ଏକପ୍ରକାର ନିଶ୍ଚିତ ହୋଇଥିବା ଅନୁଭବ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.